କୋଦଳା: ପକ୍ଷାଘାତ ରୋଗୀକୁଂ ସହାୟତାର ହାତ ବଢାଇଲା ଥୀଙ୍କ ମାନବାଧିକାର ସଂଗଠନ। ଗଂଜାମ ଜିଲ୍ଲା ଆସ୍କା ଏନ ଏ ସି ଅନ୍ତର୍ଗତ ସୁନାମ ସାହିର ପକ୍ଷାଘାତ ରେ ପୀଡିତ ଲୋକନାଥ ମହାରଣା(43 ବର୍ଷ) ଙ୍କୁ ଥୀଙ୍କ ମାନବାଧିକାର ସଂଗଠନ ର ରାଜ୍ୟ ସଭାପତି ଦେବାଶିଷ ମହାରଣା ଓ କାର୍ଯ୍ୟକର୍ତା ଲିପୁନ ଦୋରା ମେଡିକାଲ ଚିକିତ୍ସା ପାଇଁ ଅର୍ଥରାଶି ସାହାଯ୍ୟ କରିଛନ୍ତି | ଲୋକନାଥ ପୂର୍ବରୁ ଦୁଇ ବର୍ଷ ହେବ ହୃଦୟ ଜନିତ ସମସ୍ୟା କାରଣରୁ ସେ କୌଣସି କାମଧନ୍ଦା କରିବାରେ ଅସୁବିଧା ଭୋଗୁଥିଲେ |ବର୍ତ୍ତମାନ ପରିସ୍ଥିତିରେ କୋଭିଡ 19 କଟକଣା କାରଣରୁ ଚିକିତ୍ସା ରେ ଅବହେଳା ଘଟି ପକ୍ଷାଘାତ ରୋଗରେ ପୀଡିତ ଅଛନ୍ତି |ଘରେ ଦୁଇ ଛୋଟ ପିଲା ଏବଂ ସ୍ତ୍ରୀ ଥିବା ବେଳେ ଘରର ଏକ ମାତ୍ର ରୋଜଗାର ସମ୍ପନ ବ୍ୟକ୍ତିଙ୍କ ଏହି ଦୁର୍ଦ୍ଧଶା ପରେ ଘରର ମେରୁଦଣ୍ଡ ଦୋହଲି ଯାଇଛି | ଆସ୍କା ଅଂଚଳର ଯୁବ ସମାଜସେବୀ ନଚିକେତା ସ୍ୱାଇଁ ପୀଡ଼ିତାଙ୍କୁ ସାହାଯ୍ୟ କରିବା ନେଇ ପ୍ରତିଶୃତି ଦେଇଛନ୍ତି |ଏଥିରେ ସଂଗଠନର ରାଜ୍ୟ ସଚିବ ସୌଦାମିନୀ ଚୌଧୁରୀ, ରାଜ୍ୟ ପ୍ରଭାରୀ ଭୋଳାନାଥ ଚୌଧୁରୀ, ହରିହର ଖଟେଇ, ରାଜେଶ ପରିଡା, ଝୁନା ନାୟକ, ସୁମନ ନାୟକ, ପ୍ରତିଭା ନାୟକ, ସତ୍ୟ ନାରାୟଣ ବେହେରା ଓ ଯୁବ ସମାଜସେବୀ ଉତ୍ତମ ପଲେଇ ପ୍ରମୁଖ ଲୋକନାଥ ମହାରଣାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି |

Post a Comment