ମଦୁଆ ସ୍ବାମୀକଂ ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ ମହିଳା। ସ୍ବାମୀ ଫାଣ୍ଡିରେ ଅଟକ


କୋଦଳା :ଗୁରୁବାର ସକାଳେ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ପଞ୍ଚାୟତ ଜଗତି ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିବାହର ୧୨ ବର୍ଷ ପରେ ଜଣେ ମହିଳା ସ୍ବାମୀକଂ ନିର୍ଯାତନା ସହି ନପାରି ଆତ୍ମହତ୍ୟା କରିଛନ୍ତି ।ଦୀର୍ଘଦିନ ଧରି ସ୍ବାମୀକଂ ଶାରୀରିକ ଓ ମାନସିକ ନିର୍ଯାତନା ସହି ନପାରି ଶେଷରେ ବାଧ୍ୟ ହୋଇ ନିଜର ଜୀବନ ହାରିଛନ୍ତି ମହିଳା । ମହିଳା ଜଣକ ହେଉଛନ୍ତି ସୁନୀତା ପାଣିଗ୍ରାହୀ (୩୦) ।୧୨ ବର୍ଷ ତଳେ ବେଗୁନିଆପଡ଼ା ଜଗତି ସାହିର ଲମ୍ବୋଦର ପାଣିଗ୍ରାହୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ମହିଳାଙ୍କ ଗୋଟିଏ ୧୧ ବର୍ଷର ପୁଅ ଶୁଭମ୍ ଓ ୮ ବର୍ଷର ଝିଅ ଶୁଭଶ୍ରୀ ଅଛନ୍ତି। ତେବେ ସ୍ବାମୀ ମଦପିଇ ସଦା ସର୍ବଦା ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲେ ଏବଂ ସଦା ସର୍ବଦା ଘରେ କଳହ ଲାଗି ରହୁଥିଲା। ବୁଧବାର ରାତିରେ ମଧ୍ୟ ଲମ୍ବୋଦର ମାତାଲ୍ ହୋଇ ସ୍ତ୍ରୀ ସୁନୀତାକୁଂ ମାରପିଟ କରିଥିଲେ। ପୁଣି ସକାଳେ ମଧ୍ୟ ମାରପିଟ କରୁଥିଲେ ବୋଲି କହିଛି ମୃତ ମହିଳାଙ୍କ ପୁଅ ଶୁଭମ୍ ।ଗୁରୁବାର ସକାଳ ପ୍ରାୟ ୧୦ ଟା ବେଳେ ଘରେ କେହି ନଥିବା ବେଳେ ଫ୍ଯାନ୍ ରେ ରଶି ଲଗାଇ ଆତ୍ମହତ୍ଯା କରିଥିଲେ ମହିଳା। ପରେ ଜଣାପଡିବା ପରେ ସ୍ବାମୀ ଲମ୍ବୋଦର ରଶିକୁ କାଟି ଖୋଲିଥିଲେ। ତେବେ ସେତେବେଳେ ମହିଳାଙ୍କ ପ୍ରାଣବାୟୁ ଉଡିଯାଇଥିଲା। ଘଟଣା ପ୍ରଚାରିତ ହେବା ପରେ ମହିଳାଙ୍କ ବଡ଼ ଭଉଣୀ ପହଞ୍ଚି ଏହା ଆତ୍ମହତ୍ୟା ନୂହେଁ ହତ୍ଯା କରାଯାଇଛି ବୋଲି କହିଛନ୍ତି। ପରିବାରରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା ଏବଂ ଏଥିପାଇଁ ସ୍ବାମୀଙ୍କୁ ସେ ଦାୟୀ କରିଛନ୍ତି। ଘଟଣା ସ୍ଥଳରେ ବେଗୁନିଆପଡ଼ା ପୋଲିସ ପହଞ୍ଚି ଶବକୁ ବ୍ଯବଛେଦ ପାଇଁ ପଠାଇଥିବା ବେଳେ ସ୍ବାମୀ ଲମ୍ବୋଦରକୁ ଅଟକ ରଖି ପଚରାଉଚରା କରାଯାଉଛି। ଏନେଇ ୩୨୭/୨୦୨୦ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ।

0/Post a Comment/Comments