ନବବିବାହିତ ମହିଳାଙ୍କ ଆତ୍ମହତ୍ୟା


କୋଦଳା : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଫାଶୀ ପଞ୍ଚାୟତର ସ୍ଥାନୀୟ କାଣ୍ଡସର ସାହିର ବାବୁ ମୁଦୁଲିଙ୍କ ପୁଅ ନରେନ୍ଦ୍ର ମୁଦୁଲି ରମ୍ଭା ଥାନା ଅନ୍ତର୍ଗତ ବଳରାମପୁରର ନଟବର ମୁଦୁଲିଙ୍କ ଝିଅ ସନ୍ତୋଷିନୀ ମୁଦୁଲିଙ୍କୁ ମାର୍ଚ୍ଚ ୩ ତାରିଖରେ ବିବାହ କରିଥିଲେ l କିନ୍ତୁ ସନ୍ତୋଷିନୀଙ୍କ ଆଉ କାହାରି ସହ ସମ୍ପର୍କ ଥିବା ସ୍ୱାମୀ ନରେନ୍ଦ୍ର କହିଛନ୍ତି l ଏହି ବିଷୟକୁ ନରେନ୍ଦ୍ର ମାର୍ଚ୍ଚ ୨୭ ତାରିଖରେ ନିଜ ଶାଶୁଙ୍କୁ ମଧ୍ୟ ଜଣାଇଥିଲେ l କାଳେ ଝିଅ ସନ୍ତୋଷିନୀ ପରିବର୍ତ୍ତନ ହୋଇ ଯିବ ବୋଲି ଆଶା ରଖିଥିଲେ କିନ୍ତୁ ସେ ସବୁ ପରିବର୍ତ୍ତନ ହୋଇନଥିଲା l ଗତକାଲି ସେହି ପୁଅ ସହିତ ସନ୍ତୋଷିନୀ କଥାବାର୍ତ୍ତା ହେବାର ସ୍ୱାମୀ ଦେଖିଥିଲେ l ଏବଂ ଦୁହିଁଙ୍କ ଭିତରେ ଯୁକ୍ତିତର ମଧ୍ୟ ହୋଇଥିଲା l ଏବଂ ରାତ୍ର ୮ ଘଣ୍ଟ ସମୟରେ ବାରିପଟ ଲେଟିନରେ ଏକ ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା କରିଥିଲେ l ସଙ୍ଗେ ସଙ୍ଗେ ପୁଅ ନରେନ୍ଦ୍ର ଏବଂ ମା ସୁକୁମାରୀ ଦୁହେଁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତ ସନ୍ତୋଷିନୀ ପାଞ୍ଚ ମାସର ଗର୍ଭବତୀ ଥିବା ଜଣା ପଡିଛି l ଏନେଇ ଘଟଣା ସ୍ଥଳରେ କୋଦଳା ଥାନା ଏସଆଇ ମହେଶ୍ୱର ବେହେରା, ଏସଆଇ ଆରତୀ ପରିଡା ପହଞ୍ଚି ଶବକୁ ବ୍ୟବଛେଦ ପାଇଁ ପଠାଇବା ସହ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଛି l ଏବଂ ବ୍ୟବଛେଦ ରିପୋର୍ଟ ଆସିଲା ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ ଦେବାଶିଷ ମହାନ୍ତି କହିଛନ୍ତି l

0/Post a Comment/Comments