କୋଦଳା:- ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କାଳିମେଘି ପଞ୍ଚାୟତର କୁନି ଝିଅ ପ୍ରତ୍ୟୁଷା ରାଣୀ ପଲେଇ ଅନଲାଇନରେ ଡ୍ୟାନ୍ସ ପ୍ରତିଯୋଗିତାରେ ଚାମ୍ପିଅନ ହୋଇ ପ୍ରଥମ ମୁକୁଟ ପିନ୍ଧିଛନ୍ତି l ପ୍ରତ୍ୟୁଷା ରାଣୀ କବିସୂର୍ଯ୍ୟନଗର ସ୍ଥିତ ହରିହର ଶାସ୍ତ୍ରୀୟ ସଙ୍ଗୀତ ବିଦ୍ୟାଳୟର ଛାତ୍ରୀ ଅଟନ୍ତି l ପ୍ରତ୍ୟୁଷା ରାଣୀଙ୍କ ପିତା ଗୌରହରି ପଲେଇ ଜଣେ ଉତ୍ତମ ଶିକ୍ଷକ ସାଙ୍ଗକୁ ଚିତ୍ରକାର ଏବଂ ମାତା ସ୍ମିତା ରାଣୀ ପଲେଇ ଜଣେ ଗୃହିଣୀ ସାଙ୍ଗକୁ କବୟିତ୍ରୀ ଅଟନ୍ତି l ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ଅନଲାଇନ ଚାଲିଥିବା ଡ୍ୟାନ୍ସ ପକ୍ଷରୁ ଅନଲାଇନ ଚାଲିଥିବା ଡ୍ୟାନ୍ସ ପ୍ରତିଯୋଗିତାରେ ମୋଟ ୪୩ ଜଣ ପ୍ରତିଯୋଗିଙ୍କ ମଧ୍ୟରୁ ପ୍ରତ୍ୟୁଷା ରାଣୀ ଚାମ୍ପିଅନ ହୋଇଛନ୍ତି l
ଏହି କାର୍ଯ୍ୟକ୍ରମର ଆୟୋଜକ ଶୁଭଶ୍ରୀ ମାନଭଞ୍ଜନ ନନ୍ଦ କରିଥିବା ବେଳେ ବିଚାରପତି ଭାବେ ପ୍ରଶାନ୍ତ କୁମାର ନନ୍ଦ, ଫାଉଣ୍ଡର ରୂପଶ୍ରୀ ରାଇରଞ୍ଜନ ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହାର ଶ୍ରେୟ ସେ ତାଙ୍କର ପିତା, ମାତା ଓ ଗୁରୁ ଶ୍ରୀ ଅଭୟ କୁମାର ପରିଡାଙ୍କୁ ଦେଇଛନ୍ତି l ଚାମ୍ପିଅନ ହୋଇଥିବା ନେଇ ପ୍ରତ୍ୟୁଷା ରାଣୀଙ୍କୁ ବିଭିନ୍ନ ମହଲରେ ପ୍ରଂଶସା ହୋଇଛନ୍ତି l


Post a Comment