ଆୟୁଷ ଡାକ୍ତରଙ୍କୁ କରୋନା ଯୋଦ୍ଧା ର ମାନ୍ୟତା ପ୍ରଦାନ,ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଘୋଷିତ ସମସ୍ତ ସୁବିଧା ପ୍ରଦାନ,ଆୟୁଷ ବିଭାଗ ଅନ୍ତର୍ଗତ ଔଷଧ ଲେଖିବାର ଅନୁମତି ,ଅଙ୍ଗନବାଡି ଓ ବିଦ୍ୟାଳୟ ରେ ଶିକ୍ଷାର୍ଥୀ ଙ୍କୁ ହୋମିଓପ୍ୟାଥିକ/ଆୟୁର୍ବେଦିକ ଔଷଧ ପ୍ରଦାନ ,ଜିଲ୍ଲା ଏବଂ ରାଜ୍ୟ ସ୍ତରୀୟ ତାଲିମ ଓ ଚାକିରୀ ର ସ୍ଥାଇକରଣ ସହ ମାସିକ ପାରିଶ୍ରମିକ ୫୦୦୦୦ ଟଙ୍କା କୁ ବୃଦ୍ଧି ଆଦି ବିଭିନ୍ନ ଦାବି ନେଇ ଆର ବି ଏସ କେ ଆୟୁଷ ଡାକ୍ତର ମାନେ ୫/୮/୨୦ ଠାରୁ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରିବେ ବୋଲି ସଂଘ ପକ୍ଷ ରୁ ନିଷ୍ପତି ନିଆ ଯାଇଛି।
ଆୟୁଷ ଡାକ୍ତର ସଂଘ,ଓଡିଶା ପକ୍ଷ ରୁ କ୍ଷୋଭ ର ସହ ପ୍ରକାଶ କରାଯାଇଛି ଯେ ତୃଣମୂଳ ସ୍ତର ରେ କରୋନା ମୁକାବିଲା ପାଇଁ ନିଯୁକ୍ତ ଆୟୁଷ ଡାକ୍ତର ମାନେ ଚରମ ଅବହେଳା ର ଶିକାର ହୋଇଛନ୍ତି। ବାରମ୍ବାର ବିଭାଗୀୟ ସଚିବ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଙ୍କ ଦୃଷ୍ଟି ଆକର୍ଷଣ ପରେ ବି ଫଳ ଶୁନ।ଦିନରାତି କାମ କଲା ପରେ ବି ସେମାନଙ୍କୁ କୌଣସି ସୁବିଧା ସୁଯୋଗ କିମ୍ଵା କାମର ଶ୍ରେୟ ମିଳୁନାହିଁ।
ପୋଲିସ,ସାମ୍ବାଦିକ, ଅଶକର୍ମୀ,ଅଙ୍ଗନବାଡି କର୍ମୀ ଓ ଶିକ୍ଷକ ମାନଙ୍କୁ କରୋନା ଯୋଦ୍ଧା ର ମାନ୍ୟତା ମିଳିଛି ହେଲେ ରୋଗୀ ଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ସେମାନ ଙ୍କ ଚିକିତ୍ସା କରୁଥିବା ଆୟୁଷ ଡାକ୍ତର ମାନେ ଏଥିରୁ ବଂଚିତ ଅଛନ୍ତି।
ଆୟୁଷ ଡାକ୍ତର ମାନେ ସରକାର ଙ୍କ ସବୁ ନିୟମ ମାନି କାମ କରିବା ସତ୍ତ୍ୱେ କିଛି ଡାକ୍ତର କରୋନା ରେ ଆକ୍ରାନ୍ତ ହୋଇଛନ୍ତି।କରୋନା ମୁକାବିଲା ରେ ସବୁଠୁ ଅଧିକ କାମ କରୁଥିବା ଏହି ଡାକ୍ତର ମାନଙ୍କ ପ୍ରତି ସରକାର ଙ୍କ ବୈମାତୃକ ମନୋଭାବ ଏକ ବୃହତ ଚିନ୍ତା ର ବିଷୟ।
ନିଜ ପ୍ରତି ହୋଇଥିବା ଏ ସବୁ ଅବହେଳା ର ପ୍ରତିବାଦ ସ୍ବରୂପ ଆର ବି ଏସ କେ ଡାକ୍ତର ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ଅଧିକାରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ ସହ ଆଜିଠୁ କଲବ୍ୟାଚ ପରିଧାନ ପୂର୍ବକ ନିଜ ଦାୟତ୍ୱ ସମ୍ପାଦନ ପାଇଁ ନିଷ୍ପତ୍ତି ନିଆ ଯାଇଛି।

Post a Comment