ବୁଗୁଡା ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ବର୍ଷାରେ ଭିଜୁଛି କୁଢ କୁଢ ଆବର୍ଜନା


ବୁଗୁଡା-୦୩/୦୮/ବୁଗୁଡ଼ା ଏନ୍ଏସି ର ପରିମଳ ବ୍ୟବସ୍ଥା ଭୁଶୁଡି ପଡିଛି। ଏଠି କରୋନା ନାମରେ ସମସ୍ତ ବ୍ୟବସ୍ଥାରେ ପୂର୍ଣ୍ଣଛେଦ ପଡିଥିବା ଭଳି  ଅନୁଭବ ହେଉଛି। ମାସ ମାସ ଧରି ସହରର ଡ୍ରେନ୍ ରେ ଅଳିଆ ଆବର୍ଜନା ପୋତି ହୋଇ ଏ ବର୍ଷା ରୁତୁରେ ପୁତି ଗନ୍ଧମୟ ପରିବେଶ ସୃଷ୍ଟି କରିଚାଲିଛି। କିଛି ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ମୁଖ୍ୟ ସଡ଼କ ଡ୍ରେନ୍ ରୁ କିଛି ମାତ୍ରାରେ ଆବର୍ଜନା କାଢିନେଇ ଆଉ ବାକି ଅଂଶ ଯେମିତି ସେମିତି ପକାଇ  ନୀରବ ରହିଥିବା ଦେଖାଯାଇଛି। ଇତି ମଧ୍ୟରେ ବର୍ଷା ଯୋଗୁଁ ଡ୍ରେନ୍ ରୁ କଢ଼ାଯାଇଥିବା ଆବର୍ଜନା ପୁଣି ଡ୍ରେନ୍ କୁ ଚାଲିଗଲାଣି ପୁଣି ଡ୍ରେନ୍ କୁ ଚାଲିଗଲାଣି।  ଡ୍ରେନ୍ ସଫା କଲାବେଳେ କଢ଼ାଯାଇଥିବା ପ୍ଲେଟ କାଢି ବାହାରେ ପକାଇଦିଅଆଯାଇଛି। ମୁଖ୍ୟ ରାସ୍ତା ପାର୍ଶ୍ଵରେ ପଡିଥିବାରୁ  ବିପଦ ସୃଷ୍ଟି ହୋଇପାରେ। ତେଣେ ସଚେତନତା ନିମନ୍ତେ ବରମ୍ବାର ବିଭିନ୍ନ  ୱାର୍ଡ ମାନଙ୍କରେ ସଭାମାନ କରାଯାଉଥିଲେ ହେଁ ପରିମଳ ପ୍ରତି ଦୃଷ୍ଟି ଦିଆଯାଉନି  କି ମାସ ମାସ ଧରି ସାନିଟାଇଜେସନ୍ କରାଯାଉନି। ସହରରୁ ଆଖିଦୃଶିଆ ରୋଗୀ ଚିହ୍ନଟ ଓ ମୃତ୍ୟୁହାର  ସତ୍ତ୍ୱେ ପ୍ରଶାସନର ଏତାଦୃଶ ନିର୍ବୋଧ ସ୍ଥିତି ନେଇ ଜନସାଧାରଣଙ୍କ ମନରେ ପ୍ରବଳ ଅସେନ୍ତାଷ ବୃଦ୍ଧି ପାଇଚାଲିଛି। ୬ ନଂ ୱାର୍ଡ ସ୍ଥିତ ବି. ଡି. ପୁର୍ ପୂର୍ବପାଖ କନ୍ଦିରୁ କସ୍ମିନ୍ କାଳରେ ମଧ୍ୟ ଅଳିଆ ଆବର୍ଜନା ଉଠାଯାଉନଥିବାରୁ ମହାମାରୀ ଓ ସରୀସୃପ ଭୟ ଦେଖାଯାଇଛି। ଝାଡୁଦାରମାନେ ସ୍ଥାନୀୟ ବାସିନ୍ଦାଙ୍କ ଅନୁରୋଧକୁ ଗୁରୁତ୍ଵ ଦେଉନଥିବା ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହେଉଛି ବୋଲି କୁହାଯାଉଥିଲେ ହେଁ ସମ୍ପୃକ୍ତ ଦାୟିତ୍ଵବାହୀଙ୍କ ଦାୟିତ୍ୱହୀନତା ଯୋଗୁଁ ପରିମଳ ବ୍ୟବସ୍ଥା ସୁଧୁରୁନି ବୋଲି ଆଲୋଚନା ହେଉଛି। ଏଥିପ୍ରତି ଜିଲ୍ଲାପ୍ରଶାସନ  ଦୃଷ୍ଟି ଦେବାକୁ ଦାବି ହେଉଛି।

0/Post a Comment/Comments