ବାରମ୍ବାର ବିଦ୍ୟୁତ କାଟକୁ ନେଇ ଅତିଷ୍ଠ ହୋଇ ଘେରାଉ କଲେ ସାଉଥକୋ ଅଫିସ


କୋଦଳା (ଷ୍ଟାର ଓଡ଼ିଶା): ଗଞ୍ଜାମ ଜିଲ୍ଲା କୋଦଳା ସାଉଥକୋ ବିଭାଗର ଘନ ଘନ ବିଦ୍ୟୁତ କାଟ କରାଯାଇଥିବାରୁ ମଙ୍ଗଳବାର ଦିନ ଅଫିସ ଆଗରେ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଦ୍ୟୁତ ଭିଭାଗର ଅବହେଳା ଓ ଖାମଖିଆଲ ମନୋଭାବ ଯୋଗୁଁ ଅଞ୍ଚଳରେ ବିଦ୍ୟୁତ ସମସ୍ୟା ଦେଖିବାକୁ ମିଳିଛି l ଏଭଳି ବାରମ୍ବାର ବିଜୁଳି କାଟରେ ଅତିଷ୍ଠ ହୋଇ ମଠସରସିଙ୍ଗି, ମଠବ୍ରହ୍ମପୁର, ବାଦପଲ୍ଲୀ, ବେରୁଆବାଡ଼ି, କାଳିମେଘି ଓ ଜାଗିଲିପଦର ଗ୍ରାମର ପ୍ରାୟ ୨୦୦ଶହରୁ ଉର୍ଦ୍ଧ ଲୋକମାନେ କୋଦଳା ସାଉଥକୋ ଅଫିସ ଆଗରେ ବିକ୍ଷୋଭ କରିଥିଲେ। ମଙ୍ଗଳବାର ରାତ୍ର ୧୦.୩୦ ରୁ ପ୍ରାୟ ୨ଘଣ୍ଟା ଧରି ଲୋକମାନେ ହୋହାଲ୍ଲା କରିଥିଲେ। ଘଟଣା ସ୍ଥଳରେ କୋଦଳା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ସୂଚନା ମୁତାବକ, କରୋନା ସଂକ୍ରମଣ ଯୋଗୁଁ ଲକ ଡାଉନ ହୋଇଥିବା ହେତୁ ଲୋକମାନେ ଘରୁ ବାହାରକୁ ନବାହାରିବ ବେଳେ ପ୍ରତ୍ୟେକ ଦିନ କୋଦଳା ଓ ଆଖପାଖ ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ ହୋଉଛି। ବିଦ୍ୟୁତ ଚାଲି ଗଲେ ପାନୀୟ ଜଳ ଆସେନି ।ଜିଓ ବା ଯେ କୌଣସି ମୋବାଇଲ ନେଟୱାର୍କ ରହୁନାହିଁ। ଆକାଶରେ ମେଘ ଉଠାଇଲେ କି ଗଛ ପତ୍ର ସାମାନ୍ୟ ହଲିଲେ ସଙ୍ଗେ ସଙ୍ଗେ ବିଦ୍ୟୁତ କାଟ କରାଯାଇ ୫ ରୁ ୭ ଘଣ୍ଟା ଯାଏଁ କରେଣ୍ଟ ଆସେନି ।ଫଳରେ ଇଣ୍ଟରନେଟର ପାଠ ପଢ଼ାରେ ବହୁ ଅସୁବିଧା ହୁଏ ।ଯାହାଦ୍ୱାରା ବିଦ୍ୟୁତ ବିଭାଗର କୌଣସି ଅଧିକାରୀମାନେ ମଧ୍ୟ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି। ଏନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ ଓ ବିଭାଗୀୟ ଉପଖଣ୍ଡ ଯନ୍ତ୍ରୀଙ୍କୁ ଯୋଗାଯୋଗ ହୋଇପାରି ନଥିବା ବେଳେ ଫୋନ ସୁଇଚଅଫ ଥିବା ଜଣାପଡିଛି ।ଏ ଦୁଇ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି ଅଞ୍ଚଳବାସୀ। କିନ୍ତୁ ଏହି ସମସ୍ୟାର ସମାଧାନ ହୋଇପାରୁନାହିଁ ।ଏଥିପ୍ରତି ଶକ୍ତି ମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିବାକୁ ଦାବି ହେଉଛି।

0/Post a Comment/Comments