କୋଦଳା:ସମ୍ପ୍ରତି କରୋନା ମହାମାରୀ ମୁକାବିଲା ରେ ଆଗ ଧାଡି ରେ କାମ କରୁଥିବା ଆର ବି ଏସ କେ ଆୟୁଷ ଡାକ୍ତର।ଅତି ନିମ୍ନ ମାନର ଦରମା ପାଉଥିଲେ ବି ସରକାର ଙ୍କ ସମସ୍ତ ନିୟମ ମାନି କୋଭିଡ-୧୯ ନିୟନ୍ତ୍ରଣ ରେ ନିଜକୁ ସାମିଲ କରିଛନ୍ତି।ସେମାନ ଙ୍କ ପ୍ରତି ସରକାର ଙ୍କ ଉଦାସୀନତା ଓ ବୈମାତୃକ ମନୋଭାବ ର ବିରୋଧ ଏବଂ ନିଜର ଦାବି ପୂରଣ ପାଇଁ ଗତ ୫ ଅଗଷ୍ଟ ରୁ କଳା ବ୍ୟାଚ ପିନ୍ଧି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରି ଆସୁଛନ୍ତି।କିନ୍ତୁ ସରକାର ସେମାନ ଙ୍କ ଦାବି କୁ ଗୁରୁତ୍ୱ ର ସହ ନ ନେବା ଜନସାଧାରଣ ରେ ପ୍ରଶ୍ନ। ଆର ବି ଏସ କେ ଆୟୁଷ ଡାକ୍ତର ମାନେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିବା ସହ କରୋନା ମହାମାରୀ ସମୟ ରେ ସ୍ୱାସ୍ଥ୍ୟ ସେବା ର ଗୁରୁତ୍ବ କୁ ହୃଦୟଙ୍ଗମ କରି ଶାନ୍ତିପୂର୍ଣ୍ଣ ଭାବେ ଦାୟିତ୍ୱ ନିର୍ବାହନ କରୁଥିବା ବେଳେ ସେମାନ ଙ୍କୁ ପୁଣି ଘର ଘର ବୁଲି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ନିର୍ଦ୍ଦେଶ କେତେଦୂର ଯୁକ୍ତିଯୁକ୍ତ? ଆୟୁଷ ଡାକ୍ତର ମାନେ କଳା ବ୍ୟାଚ ପିନ୍ଧି ଘର ଘର ବୁଲିବାରେ ସେମାନ ଙ୍କ ବୃତିଗତ ଜୀବନ ଆଉ ଆତ୍ମ ସମ୍ମାନ ର କଥା କେମିତି ଭୁଲିଗଲେ ବିଭାଗୀୟ ଅଧିକାରୀ ମାନେ? ସୂଚନାଯୋଗ୍ୟ ଯେ ଏହିଭଳି ଦାୟିତ୍ବ ଏହି ଆର ବି ଏସ କେ ଡାକ୍ତର ମାନେ ଗତ ମାସେ ପୂର୍ବରୁ କରିଥିଲେ ଯେଉଁଠି ଲୋକେ ଡାକ୍ତର ଙ୍କୁ ଅସହଯୋଗ କରିବା ସହ ଦୁର୍ବ୍ୟବହାର ବି କରିଥିଲେ।ଡାକ୍ତର ମାନେ ଏହାର ଅଭିଯୋଗ କରିଥିଲେ ବି ବିଭାଗ ନିରବ ରହିଥିଲା।ପୁଣି ଗତ ମାସ ର ଏହି ଦାୟିତ୍ୱ ତୁଲାଇବା ବେଳେ କିଛି ଡାକ୍ତର କରୋନା ସଂକ୍ରମଣ ହୋଇଥିଲେ ଯାହାକୁ ବିଭାଗୀୟ ଅଧିକାରୀ ଓ ସରକାରୀ କଳ ଅଣଦେଖା କରଥିଲେ। ବର୍ତ୍ତମାନ ପୁଣି ଘର ଘର ବୁଲି ରୋଗୀ ସେବା କରିବା ପାଇଁ ଜାରି ହୋଇଥିବା ନିର୍ଦ୍ଦେଶନାମା ରେ ବୟସ୍କ ଡାକ୍ତର , ପୁରାତନ ରୋଗ ଥିବା ଡାକ୍ତର ,ଗର୍ଭବତୀ ମହିଳା ଡାକ୍ତର ଙ୍କ ସହ କରୋନା ପଜିଟିଭ ଆର ବି ଏସ କେ ଡାକ୍ତର ଙ୍କୁ ବି ଦାୟିତ୍ୱ ଆବଣ୍ଟନ କରାଯାଇଛି।ଏମିତି ଆଖି ବନ୍ଦ କରି ଆର ବି ଏସ କେ ଡାକ୍ତର ଙ୍କୁ ଦାୟିତ୍ୱ ଦେଇ ସରକାର କରୋନା ନିୟନ୍ତ୍ରଣ କରିବାକୁ ଚାହୁଛନ୍ତି ନା ବଢ଼େଇବାକୁ। ସବୁ ସମୟ ରେ ସବୁ ପ୍ରକାର ଦାୟିତ୍ୱ ଆବଣ୍ଟନ ରେ ଯଦି ଆର ବି ଏସ କେ ଡାକ୍ତର ଙ୍କୁ ବ୍ୟବହାର କରାଯାଉଛି ତେବେ ସେମାନ ଙ୍କ ଦାବିପୁରଣ ରେ ସରକାର ଙ୍କ ନିଷ୍କ୍ରିୟତା କଣ ପାଇଁ?

Post a Comment