ନୂଆଦିଲ୍ଲୀ :(Star Odisha) ଆଗାମୀ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ପ୍ରଥମ ଦେଶ ଭାବେ ନ୍ୟୁଜିଲ୍ୟାଣ୍ଡ ଟିମ୍ ଘୋଷଣା କରିଛି। ଅଭିଜ୍ଞ କେନ୍ ୱିଲିୟମସନଙ୍କ ନେତୃତ୍ୱରେ ନ୍ୟୁଜିଲ୍ୟାଣ୍ଡ ଟିମ୍ ଟି-୨୦ ବିଶ୍ୱକପକୁ ଓହ୍ଲାଇବ। ନ୍ୟୁଜିଲ୍ୟାଣ୍ଡର ଜଣେ ଖେଳାଳି ଭାବେ ୱିଲିୟମସନଙ୍କର ଏହା ହେଉଛି ଷଷ୍ଠ ଟି-୨୦ ବିଶ୍ୱକପ ଏବଂ ଅଧିନାୟକ ଭାବରେ ଚତୁର୍ଥ ଟି-୨୦ ବିଶ୍ୱକପ ଟୁର୍ନାମେଣ୍ଟ । ଅନ୍ୟପଟେ ଆଙ୍ଗୁଠିରେ ଆଘାତ ହେତୁ ଆଇପିଏଲ୍ ୨୦୨୪ରୁ ବାଦ୍ ପଡିଥିବା ଡେଭିନ୍ କନୱେ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ଟି-୨୦ ଦଳକୁ ଫେରିଛନ୍ତି। ଏଥି ସହିତ ଅଭିଜ୍ଞ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ, ଗ୍ଲେନ୍ ଫିଲିପ୍ସ ଲକି ଫର୍ଗୁସନ୍ ଏବଂ ମ୍ୟାଟ୍ ହେନେରୀ ନ୍ୟୁଜିଲ୍ୟାଣ୍ଡ ଟିମରେ ସାମିଲ ହୋଇଛନ୍ତି।
ଜୁନ୍ ୨ରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପକୁ ଏଥର ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍ ମିଳିତ ଭାବେ ଆୟୋଜନ କରୁଛନ୍ତି । ଟି-୨୦ ବିଶ୍ୱକପ୍ରେ ନ୍ୟୁଜିଲ୍ୟାଣ୍ଡର ଏହାର ପ୍ରଥମ ମ୍ୟାଚ୍ ଜୁନ୍ ୭ରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ।
source:the sakala


Post a Comment