କେଜ୍ରିୱାଲଙ୍କ ବିସ୍ଫୋରକ ବୟାନ : ମୋଦୀ ନୁହେଁ ଶାହ ହେବେ ପ୍ରଧାନମନ୍ତ୍ରୀ, ବିଦା ହେବେ ଯୋଗୀ

ନୂଆଦିଲ୍ଲୀ(Stare Odisha) : ଗତକାଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଦ୍ବାରା ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇବା ପରେ ଜେଲରୁ ବାହାରିଥିଲେ। ଦୀର୍ଘ ୫ ଦିନ ପରେ ତିହାର ଜେଲରୁ ବାହାରିବା ପରେ ଆଜି ବିସ୍ଫୋରକ ବୟାନ ସହ ବିଜେପିକୁ ଟାର୍ଗେଟ କରିଛନ୍ତି କେଜ୍ରିୱାଲ। ଶନିବାର ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ବିଜେପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି।

କେଜ୍ରିୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ବିଶ୍ୱାସ କରନ୍ତି ଯେ ଆମ୍ ଆଦମୀ ପାର୍ଟି ବିଜେପିକୁ ଚ୍ୟାଲେଞ୍ଜ କରିବ। ଏଣୁ ସେ ଆମ୍ ଆଦମୀ ପାର୍ଟିକୁ ଭାଙ୍ଗିବାକୁ ଚାହାଁନ୍ତି। ଏକଛତ୍ରବାଦୀ ଶାସନ ଚଳାଇଛନ୍ତି ମୋଦୀ ସରକାର । ଆମ ଆଦମୀ ପାର୍ଟୀକୁ ପୁରା ଭାଙ୍ଗିଦେବାକୁ ଷଡଯନ୍ତ୍ର କରୁଛନ୍ତି ମୋଦୀ । କିନ୍ତୁ ବଜରଙ୍ଗ ବାଲୀଙ୍କ କୃପାରୁ ସେସବୁ ସମ୍ଭବ ହେବନାହିଁ । ଏଥର ଲୋକସଭା ନିର୍ବାଚନରେ ଯଦିଓ ବିଜେପି ସରକାର ଗଢିବ କିନ୍ତୁ ମୋଦୀ ପ୍ରଧାନମନ୍ତ୍ରୀ ହେବେ ନାହିଁ ବୋଲି କହିଛନ୍ତି କେଜ୍ରିୱାଲ । କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତା ୧୭ ସେପ୍ଟେମ୍ବରକୁ ପ୍ରଧାନମନ୍ତ୍ରୀଙ୍କୁ ୭୫ ବର୍ଷ ହୋଇଯିବ । ପ୍ରଧାନମନ୍ତ୍ରୀ ନିଜେ ଏହି ନିୟମ କରିଥିଲେ ଯେ ୭୫ ବର୍ଷରୁ ଅଧିକ ବୟସ ନେତାଙ୍କୁ ଅବସର ଦିଆଯିବ । ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ସୁମିତ୍ରା ମହାଜନଙ୍କୁ ତାଙ୍କ ବୟସର କାରଣ ଦର୍ଶାଇ ଅବସର ଦିଆଯାଇଥିଲା । ବର୍ତ୍ତମାନ ନରେନ୍ଦ୍ର ମୋଦୀ ୭୫ ବର୍ଷରେ ପାଦ ରଖିବାକୁ ଯାଉଛନ୍ତି । ତେବେ ବର୍ତ୍ତମାନ ମୋର ପ୍ରଶ୍ନ ଯେ, ଏବେ ତାଙ୍କ ପ୍ରଧାନମନ୍ତ୍ରୀ ଆଶାୟୀ କିଏ ଅଛନ୍ତି ବୋଲି ବିଜେପିକୁ ପ୍ରଶ୍ନ କରିଛନ୍ତି କେଜ୍ରିୱାଲ ।

0/Post a Comment/Comments