ଏହି ପର୍ଯ୍ୟାୟରେ ମୋଟ ୧୦୨ କମ୍ପାନୀ ସିଏପିଏଫ୍ (ସେଣ୍ଟ୍ରାଲ ଆର୍ମଡ୍ ପୋଲିସ ଫୋର୍ସ) ନିୟୋଜିତ ହେବେ। କନ୍ଧମାଳରେ ସର୍ବାଧିକ ୨୨ କମ୍ପାନୀ ସିଏପିଏଫ୍ ନିୟୋଜିତ ହେବାକୁ ଥିବାବେଳେ ଗଞ୍ଜାମରେ ୨୦ କମ୍ପାନୀ ସିଏପିଏଫ୍ ନିୟୋଜିତ ହୋଇଛନ୍ତି।ଅପରପକ୍ଷେ ରାଜ୍ୟ ପୁଲିସର ମଧ୍ୟ ୩୩ ହଜାର ପୁଲିସ ବାହିନୀ ସୁରକ୍ଷାରେ ନିୟୋଜିତ ହେବେ। ସେହିପରି ସମ୍ଭାବ୍ୟ ଅଂଶୁଘାତ ପରିସ୍ଥିତିର ମୁକାବିଲା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।
ରାଜ୍ୟରେ ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ। ସକାଳୁ ସକାଳୁ ବୁଥ ମାନଙ୍କରେ ଲାଗିଛି ଗହଳି
ଗଞ୍ଜାମ(Star Odisha): ଭୋଟ୍ ଦେଉଛି ଓଡ଼ିଶା। ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ। ୫ଟି ସଂସଦୀୟ କ୍ଷେତ୍ର (ବରଗଡ଼,ସୁନ୍ଦରଗଡ଼, ବଲାଙ୍ଗିର, ଆସ୍କା, କନ୍ଧମାଳ) ସହ ୩୫ ବିଧାନସଭା କ୍ଷେତ୍ରରେ ଚାଲିଛି ଭୋଟ । ଏହି ପର୍ଯ୍ୟାୟରେ ମୋଟ ଭୋଟର ସଂଖ୍ୟା ୭୯ ଲକ୍ଷ ୬୯ ହଜାର ୮୮୭ । ୩୫ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୬୫ ଜଣ ପାର୍ଥୀ ରହିଛନ୍ତି । ସେଥିମଧ୍ୟରୁ ୪୧ ଜଣ ମହିଳା ପ୍ରାର୍ଥୀ। ୫ ସଂସଦୀୟ କ୍ଷେତ୍ରରେ ୪୦ ଜଣ ପ୍ରାର୍ଥୀ ରହିଛନ୍ତି। ଭୋଟ ଗ୍ରହଣ ପାଇଁ ୯ ହଜାର ୧୬୯ ମତଦାନ କେନ୍ଦ୍ର କରାଯାଇଛି । ତେବେ ଏଥର ବି ବାଜିରେ ଲାଗିଛି ବହୁ ହେଭିୱେଟ ନେତାଙ୍କ ଭାଗ୍ୟ ।


Post a Comment