ସ୍ୱାଧୀନ ପ୍ରାର୍ଥୀ ଭାବେ ବଡ଼ମ୍ୱା ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ମନୋଜ କୁମାର ନନ୍ଦ...

 


କଟକ(Star Odisha): କଟକ ଜିଲ୍ଲାର ପ୍ରମୁଖ ନିର୍ବାଚନ ମଣ୍ଡଳୀ ରୂପେ ପରିଚିତ ବଡ଼ମ୍ବା ନିର୍ବାଚନ ମଣ୍ଡଳୀ । ତେବେ ଏହି ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଦେବୀ ପ୍ରସାଦ ମିଶ୍ର ନାମାଙ୍କନ ଦାଖଲ କରିଥିବା ବେଳେ ଆଜି ସ୍ବାଧୀନ ପ୍ରାର୍ଥୀ ରୂପେ ନାମାଙ୍କନ ଦାଖଲ କରିଛନ୍ତି ମନୋଜ କୁମାର ନନ୍ଦ । ଗତ ୨୦୧୯ ସାଧାରଣ ନିର୍ବାଚନରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ଏଥର ନାମଙ୍କନ ଦାଖଲ କରିବା ପରେ ଗଣମାଧ୍ୟମକୁ  ପ୍ରତିକ୍ରିୟା ଦେଇ ଶ୍ରୀ ନନ୍ଦ କହିଛନ୍ତି ଯେ, ଯଦି ବଡ଼ମ୍ବା - ନରସିଂହପୁରବାସୀ ତାଙ୍କୁ ନିର୍ବାଚିତ କରନ୍ତି ତେବେ ସେ ତୃଣମୂଳ ସ୍ତରରେ ଗରିବ ସାଧାରଣ ଜନତାଙ୍କ ମୌଳିକ ସମସ୍ୟାର ସମାଧାନକୁ ପ୍ରାଥମିକତା ଭିତିରେ ଗୁରୁତ୍ଵ ଦେଇ ଜନସେବା କରିବା ପାଇଁ ସୂଚନା ଦେଇଛନ୍ତି । ପ୍ରକାଶ ଥାଉ କି, ଶ୍ରୀ ନନ୍ଦ ବର୍ତ୍ତମାନ ବଡ଼ମ୍ବା ବ୍ଳକ୍ ମହୁଲିଆ ପଞ୍ଚାୟତର ସମିତିସଭ୍ୟ ରହିଥିବା ସହିତ କଟକ ଜିଲ୍ଲା ସମିତି ସଭ୍ୟ ସଂଘର ସଭାପତି ଏବଂ ରାଜ୍ୟ ସମିତି ସଭ୍ୟ ସଂଘର ଉପ-ସଭାପତି ଦାୟିତ୍ୱରେ ଅଛନ୍ତି ।।

0/Post a Comment/Comments