ପୁରୀ(Star Odisha) : ଆଜି ବୈଶାଖ ଶୁକ୍ଳ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହ ମାନଙ୍କର ଶ୍ରୀମନ୍ଦିରରେ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଦ୍ୱିତୀୟ ଭୋଗମଣ୍ଡପ ବଢିବା ପରେ ଆପାତତଃ ସନ୍ଧ୍ୟା ୬ ଟା ରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଶ୍ରୀଜୀଉମାନଙ୍କ ପଇତା ଲାଗି ନୀତି ଦ୍ୱିତୀୟ ଭୋଗମଣ୍ଡପ ପରେ ପରେ ଅନୁଷ୍ଠିତ ହେବ । ଏହି ପଇତା ଲାଗି ସେବା ଦଇତାପତି ସେବକମାନଙ୍କର ଏକ ଗୋଷ୍ଟୀ ଗତ ସେବା ଅଟେ । ଶ୍ରୀଜୀଉମାନଙ୍କଠାରେ ଦୈନଦିନ ଲାଗି ହେଉଥିବା ଚନ୍ଦନର ସୁରକ୍ଷା ପାଇଁ ମହାପ୍ରଭୁର ପଇତା ଲାଗି କରାଯାଇଥାଏ ।
ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପାଟର ସେବକଙ୍କୁ ପଇତା ବୋଳିବା ପାଇଁ ତିନି ରଙ୍ଗର ବାସୁଙ୍ଗାପାଟ ଯୋଗାଇଥାଏ । ପାଟରା ସେବକ ଉକ୍ତ ବାସୁଙ୍ଗା ପାଟ ନେଇ ଶ୍ରୀଲଷ୍ମୀ ମନ୍ଦିର ଜଗମୋହନରେ ବସି ପାଟ ପଇତା ବୋଳିଥାନ୍ତି। ପଇତା ବୋଳି ସାରି ପାଟରା ସେବକ ସେହି ଦିନ ଦେଉଳ କାରଣଙ୍କୁ ଯୋଗାଇଥାନ୍ତି । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପଇତାଲାଗି ନୀତି ସମୟରେ ସାଧାରଣ ଦର୍ଶନ ବନ୍ଦ ରହେ।
source:sakala
STAR ODISHA MEDIA

Post a Comment