ଶୁକ୍ଳା କହିଛନ୍ତି, ଚାମ୍ପିଅନ୍ସ ଟ୍ରଫି ଉପରେ ଭାରତ ସରକାର ଆମକୁ ଯାହା ନିର୍ଦ୍ଦେଶ ଦେବେ ସେହି ଅନୁସାରେ ଆମେ ଆଗକୁ ବଢ଼ିବୁ। ଯେପର୍ଯ୍ୟନ୍ତ ସରକାର ଅନୁମତି ଦେଇ ନାହାନ୍ତି, ଆମେ ଦଳ ପଠାଇ ପାରିବୁନି। ତେଣୁ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆମେ କାମ କରିବୁ ବୋଲି ଶୁକ୍ଳା କହିଛନ୍ତି। ଏସିଆ କପ୍ ବେଳେ ହାଇବ୍ରିଡ୍ ମଡେଲ୍ରେ ଭାରତ ତାହାର ସବୁ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା। ଏହାପରେ ଭାରତରେ ହୋଇଥିବା ଦିନିକିଆ ବିଶ୍ବକପ୍ରେ ପାକିସ୍ତାନ ହାଇବ୍ରିଡ୍ ମଡେଲ୍ରେ ଖେଳିବାକୁ କହୁଥିଲେ ମଧ୍ୟ ଦଳକୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଭାରତରେ ପାକିସ୍ତାନ ୫ଟି ସ୍ଥାନରେ ଖେଳିଥିଲା। ଏବେ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଖେଳିବାକୁ ଯିବାକୁ ଥିବାରୁ ପାକିସ୍ତାନ ସୁରକ୍ଷା ଦୃଷ୍ଟିରୁ ସବୁପ୍ରକାରର ପଦକ୍ଷେପ ନେବ ବୋଲି କହିଛି। ତେଣୁ ଭାରତର ସମସ୍ତ ମ୍ୟାଚ୍ ଲାହୋରରେ କରାଯିବ ବୋଲି କୁହାଯାଇଛି।
STAR ODISHA MEDIA

Post a Comment