ମିଶନ ଶକ୍ତି ବିଭାଗର ସଚିବ ସୁଜତା ପାଣ୍ଡିଆନଙ୍କୁ ବଦଳି ନିର୍ଦେଶ ଦେଲେ ଇସିଆଇ!


ଭୁବନେଶ୍ୱର(Star Odisha): ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ପଦରୁ ସୁଜାତା ଆର କାର୍ତ୍ତିକେୟନଙ୍କୁ ତତ୍କାଳ ପ୍ରଭାବରୁ ହଟାଇ ଦେବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ସରକାରୀ କଳ ଓ କ୍ଷମତାର ଦୁରୂପଯୋଗ କରି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ବିଜେଡି ସପକ୍ଷରେ ଭୋଟ୍ ଦେବା ଚାପ ପକାଇବା ସୁଜାତାଙ୍କୁ ମହଙ୍ଗା ପଡ଼ିଛି । ବିଜେପି ଆଜି ନିର୍ବାଚନ କମିଶନଙ୍କୁ ଭେଟି ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇର୍ ଦାବି କରିଥିଲା । ନିର୍ବାଚନ କମିଶନ ବିଳମ୍ବିତ ରାତିରେ ସୁଜାତାଙ୍କୁ ସର୍ବସାଧାରଣ ଲୋକଙ୍କ ସହ ଜଡ଼ିତ ନଥିବା ବିଭାଗକୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ବିଜେପିର ବରିଷ୍ଠ ନେତ୍ରୀ ତଥା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଜାତୀୟ ନିର୍ବାଚନ କମିଶନଙ୍କୁ ଭେଟି ଓଡ଼ିଶାରେ ମହିଳା ଭୋଟରମାନଙ୍କୁ ଧମକଚମକ ଦିଆଯାଇ ବିଜେଡି ସପକ୍ଷରେ ଭୋଟ୍ ଦେବା ନିମନ୍ତେ ଚାପ ପକାଯାଉଥିବାର ଲିଖିତ ଅଭିଯୋଗ କରିଥିଲେ । ଭୋଟରଙ୍କୁ ସଚେତନ କରାଇବା ପାଇଁ ଜାତୀୟ ନିର୍ବାଚନ କମିଶନ ଏସଭିଇଇପି(ସିଷ୍ଟମେଟିକ ଭୋଟର୍ସ ଏଜୁକେସନ ଆଣ୍ଡ ଇଲେକ୍ଟ୍ରୋରାଲ ପ୍ରାଟିସପେକ୍ସନ) ଭଳି ଫ୍ଲାଗସିପ୍ କାର୍ଯ୍ୟକ୍ରମର ଦୁରୂପଯୋଗ କରି ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ କିଭଳି ମହିଳା ଏସଏଚଜି ସଦସ୍ୟମାନଙ୍କୁ ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ଧମକଚମକ ଦେଉଛି ତା’ର ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ଏପରିକି ବିଜେଡିକୁ ଭୋଟ୍ ନଦେଲେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆର୍ôଥକ ସହାୟତା ଓ ଋଣ ଦିଆଯିବ ନାହିଁ ବୋଲି ମହିଳା ଏସଏଚଜିଙ୍କୁ ଧମକ ଦିଆଯାଉଛି ବୋଲି ବିଜେପି ଅଭିଯୋଗ କରିଥିଲା । ଏହାସହିତ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସୁଜାତାଙ୍କୁ ତୁରନ୍ତ ମିଶନ ଶକ୍ତି ବିଭାଗରୁ ହଟାଇବାକୁ ବିଜେପି ଦାବି କରିଥିଲା ।

Source:ANI

0/Post a Comment/Comments