ଭୁବନେଶ୍ୱର,(Star Odisha): ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ନିଟ୍ ୟୁଜି ପରୀକ୍ଷା ଆଜି ଅନୁଷ୍ଠିତ ହେବ। ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ଣ ୨ଟାରୁ ୫ଟା ୨୦ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ନିଜର ଆଡମିଟକାର୍ଡ ଡାଉନ୍ଲୋଡ କରି ପରୀକ୍ଷା ପୁର୍ବରୁ ଯାଞ୍ଚ କରିବାକୁ ଏନ୍ଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି। କୌଣସି ଭୁଲ୍ ଥିଲେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଆଡମିଟ କାର୍ଡ ପୁନଃ ଡାଉନ୍ଲୋଡ କରିବାକୁ କୁହାଯାଇଛି।
ଏନ୍ଟିଏର ସୂଚନା ଅନୁଯାୟୀ, ଦେଶରେ ୨୪ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ୫୫୭ଟି ସହରରେ ପରୀକ୍ଷା କରାଯିବ। ଏହାସହ ଦେଶ ବାହାରେ ୧୪ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ଏନ୍ଟିଏ ସୂଚନା ଦେଇଛି। ଓଡ଼ିଶାରେ ୧ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷା ଦେବେ । ନିଟ୍ ପାଇଁ ବରଗଡ, ବାରିପଦା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, କେନ୍ଦୁଝର, ନୂଆପଡା, ବାଲେଶ୍ବର, ଅନୁଗୋଳ, ବଲାଙ୍ଗିର, କଳାହାଣ୍ଡି, ଜୟପୁର, ପାରଳାଖେମୁଣ୍ଡି, ଫୁଲବାଣୀ, ରାୟଗଡା, ପୁରୀ, କଟକ, ଭୁବନେଶ୍ବର ଏବଂ ରାଉରକେଲାରେ ପରୀକ୍ଷା କେନ୍ଦ୍ର କରାଯାଇଛି।
source:sakala

Post a Comment