ବ୍ରହ୍ମପୁର(Star Odisha): ବ୍ରହ୍ମପୁର ସହରରେ ଲୋମହର୍ଷଣକାରୀ ଘଟଣା ତଥା ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ତଥା ଆସିକା ପାଢ଼ୀ କଲୋନୀର ଋତୁନ କୁମାର ଦାଶ(୨୨),କଟିନଡ଼ା ଥାନା ଅନ୍ତର୍ଗତ ବାବାନପୁର ପାଟଣ ସାହି ରୁଦ୍ର ଜେନା(୨୧),ବେଗୁନିଆପଡ଼ା ବିଲସାହି ଅଭିଳାଷ ପଳେଇ(୧୯),ସୋରଡ଼ା ଥାନା ଅନ୍ତର୍ଗତ ସଂପାଲ୍ଲୀ ନାୟକ(୨୬) ଓ ଖଲ୍ଲିକୋଟ ଥାନା ଅନ୍ତର୍ଗତ ପରିନୁଆ ଗାଁ ସମ୍ବିତ ପାଣିଗ୍ରାହୀ ଓରଫ ନିଲୁ । ବର୍ତ୍ତମାନ ବ୍ରହ୍ମପୁର ବ୍ରହ୍ମାନଗର ୨ୟରେ ସମସ୍ତ ଅଭିଯୁକ୍ତ ତଥା ୠତୁନ ରୁଦ୍ର, ଅଭିଳାଷ, ଆକାଶ ଓ ସମ୍ବିତ ଘର ଭଡ଼ା ନେଇ ରହୁଥିବା ପୁଲିସ କହିଛି । ସୂଚନାଯୋଗ୍ୟ ଯେ, ଗତ ୩ ତାରିଖରେ ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ନିଜ ସାଙ୍ଗ ସହ ମିଶିବା ନିମନ୍ତେ ତାଙ୍କ ଘରକୁ ଯାଇଥିଲା । ସାଙ୍ଗଙ୍କ ସହ ମିଶିବା ପରେ ସେଠାରୁ ଫେରି ହିଲ୍ପାଟଣା ଠାରେ ନିଜ ବାପାଙ୍କ ସହ ଯିବା ନିମନ୍ତେ ଅପେକ୍ଷାରେ ଥିଲେ ନାବାଳିକା ଜଣକ । ଏହି ସମୟରେ ରୁତୁନ ଦାସ ନାମକ ଜଣେ ଯୁବକ ସମ୍ପୃକ୍ତ ନାବାଳିକାଙ୍କୁ ସାକ୍ଷାତ କରିବା ପରେ ନିଜ ଘରକୁ ଯିବା ନିମନ୍ତେ ନାବାଳିକାକୁ ଡ଼ାକିଥିଲେ । ଯାହାଫଳରେ ରୁତୁନଙ୍କ ସହ ନାବାଳିକା ଜଣକ ଘରକୁ ଯାଇଥିଲେ କିନ୍ତୁ ସେଠାରେ ଦେଖିଲା ବେଳକୁ ତାହା ରୁତୁନଙ୍କ ଘର ନଥିଲା ବରଂ ଏକ ଛାତ୍ର ହଷ୍ଟେଲ ଥିଲା । ଏନେଇ ନାବାଳିକା ଜଣକ ରୁତୁନଙ୍କୁ ପଚାରିବାରୁ ରୁତୁନ ନିଜ ମାକୁ ଡ଼ାକୁଛି କହି ନିଶା ମିଶ୍ରିତ କଲଡ଼୍ରିଙ୍କସ୍ ଦେଇଥିଲେ । କଲଡ଼୍ରିଙ୍କସ୍ ପିଇବା ପରେ ନାବାଳିକା ଜଣକ ଅଚେତ ହୋଇପଡ଼ିଥିଲେ । ଏହାପରେ ରୁତୁନ ନିଜର ୫ ରୁ ୬ ଜଣ ସାଙ୍ଗକୁ ହଷ୍ଟେଲ ରୁମକୁ ଡ଼ାକିଥିଲେ । ରୁତୁନଙ୍କ ସମେତ ହଷ୍ଟେଲ ରୁମକୁ ଆସିଥିବା ତାଙ୍କ ସମସ୍ତ ସାଙ୍ଗ ଜଣେ ପରେ ଜଣେ ନାବାଳିକାଙ୍କ ସହ ରାତି ୧୦ଟା ପର୍ଯ୍ୟନ୍ତ ଗଣଦୁଷ୍କର୍ମ କରିଥିଲେ । ପରିଶେଷରେ ନାବାଳିକା ଜଣକ ଅଚେତ ଅବସ୍ଥାରୁ ଫେରି ସାମାନ୍ୟ ଠିକ ହେବା ପରେ ନାବାଳିକାଙ୍କୁ ଘଟଣାକୁ ନେଇ କାହାକୁ ନ କହିବା ନିମନ୍ତେ କହିଥିଲେ । ଯଦି କାହାକୁ ଘଟଣାକୁ ନେଇ ପାଟି ଖୁଲିବ ତେବେ ଜୀବନରୁ ମାରିଦେବା ପାଇଁ ରୁତୁନ ନାବାଳିକାକୁ ଧମକ ଦେଇଥିଲେ । ଏହାପରେ ରୁତୁନ ଓ ତାଙ୍କର ଜଣେ ସାଙ୍କ ନାବାଳିକାକୁ ନେଇ ବିଜିପୁର ସ୍ଥିତ ସନ୍ତୋଷୀ ମା ମନ୍ଦିର ନିକଟରେ ଛାଡ଼ିଥିଲେ ।ଏହାପରେ ନାବାଳିକା ଜଣକ ଘଟଣାକୁ ନେଇ ନିଜ ପରିବାର ଲୋକଙ୍କୁ କହିବା ପରେ ଗତ ୫ ତାରିଖରେ ନାବାଳିକା ଜଣକ ଗଣଦୁଷ୍କର୍ମ ହୋଇଥିବା ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରି ରୁତୁନ କୁମାର ଦାସ, ରୁଦ୍ର ଜେନା, ଅଭିଳାଷ ପଲେଇ, ଆକାଶ ନାୟକ ଓ ସମ୍ବିତ ପାଣିଗ୍ରାହୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ୫ ଜଣଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ତଦନ୍ତ ଜାରୀ ରହିଛି ଆଉ କିଛି ଯୁବକ ଘଟଣାରେ ସମ୍ପୃକ୍ତ ରହି ଫେରାର ରହିଛନ୍ତି ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଦାଇତ୍ୱରେ ଥିବା ଡ଼ିଆଇଜି ଡ଼ା ସାର୍ଥକ ଷଡ଼ଙ୍ଗୀ ।
STAR ODISHA MEDIA

Post a Comment