ଯୁକ୍ତ ଦୁଇ ପରୀକ୍ଷା ଟପ ଟେନ ରେ ସ୍ଥାନ ପାଇ ଅଞ୍ଚଳର ଗୌରବ ଆଣିଲେ କଇରାସୀର ରୁଦ୍ର

ଗଞ୍ଜାମ (Star Odisha) : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ନାଳନ୍ଦା ବିଦ୍ୟା ମନ୍ଦିରରେ ଅଧ୍ୟୟନ ରତ କୈରାସୀ ଗ୍ରାମର ହୃଷିକେଶ ପଣ୍ଡାଙ୍କ ଏକ ମାତ୍ର ସୁପୁତ୍ର ରୁଦ୍ର ମାଧବ ପଣ୍ଡା ଯୁକ୍ତ ଦୁଇ ପରୀକ୍ଷାରେ ମୋଟ ଛଅ ଶହ ମାର୍କରୁ ୫୩୯ ନମ୍ବର ରଖ୍ ଟପ ଟେନ ରେ ସ୍ଥାନ ପାଇ ଉକ୍ତ କଲେଜ ସହିତ  ନିଜ ଅଞ୍ଚଳ ପାଇଁ ମଧ୍ୟ ବେଶ ସୁନାମ ଅର୍ଜନ କରିଛନ୍ତି । ସେ ବହୁତ ପରିଶ୍ରମ କରି ସେ ଏହି ସଫଳତା ହାସଲ କରିଥିବା ବେଳେ ତାଙ୍କ ସଫଳତା ପଛରେ ପିତା, ମାତା, ଗୁରୁଜୀ ଗୁରୁମା, ଭଉଣୀଙ୍କୁ ଶ୍ରେୟ ଦେବା ସହ  ଭଗବାନ ଙ୍କ  ଆଶୀର୍ବାଦ ଥିବା ମଧ୍ୟ କହିଛନ୍ତି । ରୁଦ୍ର ପାଠପଢା ବ୍ୟତୀତ କ୍ରିକେଟ ଆଉ ଗୀତ ରେ ରୁଚି ରଖନ୍ତି । ତେବେ ରୁଦ୍ର ମାଧବଙ୍କ ଏଭଳି ସଫଳତାକୁ ନେଇ ତାଙ୍କ ଭିଣୋଇ ରଶ୍ମି ରଞ୍ଜନ ଖୁସି ପ୍ରକାଶ କରିବା ସହ କଲେଜ କର୍ତ୍ତୃପକ୍ଷଙ୍କ ସମେତ ଖଲ୍ଲିକୋଟ ଅଞ୍ଚଳରେ ବେଶ ଖୁସିର ଲହରୀ ଖେଳି ଯାଇଛି ।

0/Post a Comment/Comments