ଭୁବନେଶ୍ୱର(Star Odisha):ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ପୋଷ୍ଟ ଗ୍ରାଜୁଏଟ୍ ପଢିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ପିିଜି ପ୍ରବେଶିକା ପରୀକ୍ଷାର ତାରିଖ। ଉଚ୍ଚଶିକ୍ଷା ବିଭାଗ ତରଫରୁ ପିଜି ଆଡମିଶନ କରିବା ପାଇଁ ପ୍ରବେଶିକା ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଏନେଇ ସାମ୍ସ ପୋର୍ଟାଲରେ ସବିଶେଷ ତଥ୍ୟ ଉପଲବ୍ଧ ହୋଇଛି। ଛାତ୍ରଛାତ୍ରୀ ମାନେ www.samsodisha.gov.in ମାଧ୍ୟମରେ ଆବେଦନ କରିପାରିବେ।
ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ,ମେ ୧୮ ତାରିଖରୁ ପିଜି ଆଡମିଶନ ପାଇଁ ଅନଲାଇନରେ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ। ମେ ୨୭ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଫର୍ମ ପୂରଣର ଶେଷ ତାରିଖ ରଖାଯାଇଛି। ଏହା ପରେ ଜୁନ୍ ୨୨ ତାରିଖ ଦିନ ୧୧ଟା ପରଠାରୁ ୱେବସାଇଟରେ ହଲ୍ ଟିକେଟ୍ ଉପଲବ୍ଧ ହେବ। ଜୁଲାଇ ୩ ତାରିଖରୁ ଜୁଲାଇ ୧୪ ତାରିଖ ଭିତରେ ବିଭିନ୍ନ ବିଷୟର ପିଜି ପ୍ରବେଶିକା ପରୀକ୍ଷା ହେବ। ଏହାପରେ ବିଭିନ୍ନ ବିଷୟର ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି।

Post a Comment