ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ୪ ଦ୍ୱାର

ପୁରୀ(Star Odisha): ବହୁ ପ୍ରତିକ୍ଷାର ଅନ୍ତ ଘଟିଲା । ଯାହା ଦେଖିବାକୁ କାହିଁ କେତେ ଦିନରୁ ଭକ୍ତ ବ୍ୟାକୁଳ ହେଉଥିଲା । ଯାହାକୁ କୋଟି କୋଟି ଓଡିଆ ଅପେକ୍ଷା କରିଥିଲେ । ସେଇ ମୂହୁର୍ତ୍ତର ଆଜି ଅନ୍ତ ଘଟିଛି । ଭକ୍ତ ମାନଙ୍କ ପାଇଁ ଆଜି ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯାଇଛି । ସକାଳୁ ମଙ୍ଗଳ ଆଳତୀ ପରେ ସିଂହଦ୍ୱାର , ଅଶ୍ୱଦ୍ୱାର , ବ୍ୟାଘ୍ରଦ୍ୱାର ଏବଂ ହସ୍ତୀଦ୍ୱାରକୁ ଖୋଲି ଦିଆଯାଇଛି । ବିନା ବାଧାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ତେବେ କରୋନା ମହାମାରୀ ଠାରୁ ଶ୍ରୀମନ୍ଦିର ଚାରି ଦ୍ୱାର ବନ୍ଦ କରାଯାଇଥବା ବେଳେ ଆଜି ଭକ୍ତମାନଙ୍କ ପାଇଁ ୪ ଦ୍ୱାର ଖୋଲାଯାଇଛି । ଯାହାକୁ ନେଇ ଭକ୍ତ ବେଶ ଖୁସି ଅଛନ୍ତି ।

0/Post a Comment/Comments