କୋଦଳା(Star Odisha): ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ମୁଖ୍ୟତଃ ଏକ ହିନ୍ଦୁ ପର୍ବ, ଯାହା ସାରା ଭାରତରେ ପାଳନ କରାଯାଇଥାଏ।ପୁରାତନ କାଳରୁ ହିଁ ଭାରତୀୟ ସଂସ୍କୃତିରେ ଏହାକୁ ପାଳନ କରାଯାଉଛି। ଏହି ଦିନ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ମଧ୍ୟ। ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ ଓ ଭାଇ ତାର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ।
ତେବେ ଏହି ଉପଲକ୍ଷେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ମଠବ୍ରହ୍ମପୁରରେ ଶ୍ରୀ ଜଗନ୍ନାଥ ନାଟ୍ୟ କଳାକାର ଓ ଯୁବକ ସଂଘ ତରଫରୁ ବହୁ ଆଡ଼ମ୍ବରରେ ଏହି ପର୍ବ ପାଳନ କରାଯାଇଛି।ଏହି ଗ୍ରାମ ସହ ପଡୋଶୀ ଗ୍ରାମର ଛାତ୍ର ଛାତ୍ରୀ ଓ କୁନି ପିଲାମାନଙ୍କ ମଧ୍ୟରେ ଉତ୍ସାହିତ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରି ଗ୍ରାମର ସମସ୍ତ ଶିଶୁଙ୍କ ହାତରୁ ରାକ୍ଷୀ ବାନ୍ଧି ଉପହାର ସ୍ବରୁପ ଖାତା ପେନ୍ ଭଳି ପାଠ୍ୟ ଉପକରଣ,ମାନପତ୍ର ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ଆମନ୍ତ୍ରିତ ଅତିଥି ମାନେ ଯୋଗଦେଇଥିବା ବେଳେ ଏଭଳି ନିଆରା ଆୟୋଜନ କୁ ନେଇ ପରିଚାଳକ, ସମ୍ପାଦକ ଓ କମିଟି ବୃନ୍ଦଙ୍କୁ ବୁଦ୍ଧି ଯିବି ମହଲରେ ପ୍ରସଂଶା କରାଯାଇଛି।ଏଥିସହ ଗ୍ରାମବାସୀ ଖୁସିବ୍ୟକ୍ତ କରିଛନ୍ତି। ଏହା ସହ ଆଖ ପାଖ ଅଂଚଳ ରେ ଆନନ୍ଦ ଉଲ୍ଲାସର ସହ ପବିତ୍ର ରକ୍ଷା ବନ୍ଧନ ଓ ଗହ୍ମାପୂର୍ଣ୍ଣିମା ପର୍ବ ପାଳିତ ହୋଇଛି।
ରିପୋର୍ଟ: ଗୁଲସନ୍ କର


Post a Comment