ମନରେଗାର ନାଁ ବଦଳାଇଲେ କେନ୍ଦ୍ର ସରକାର

 

ମହାତ୍ମା ଗାନ୍ଧି ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ବା ମନରେଗାର ନାଁ ବଦଳାଇ ଦେଇଛନ୍ତି କେନ୍ଦ୍ର ସରକାର। 

ଏମଜିନରେଗାର ନାଁ ବଦଳାଇବା ନିଷ୍ପତ୍ତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ମୋହର ମାରିଛନ୍ତି।ଏବେ ଏହି ଗ୍ରାମୀଣ ନିଯୁକ୍ତି ଯୋଜନା ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟୀ ଯୋଜନା ଭାବେ ପରିଚୟ ହାସଲ କରିଛି। 

ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟ ଆଇନ ୨୦୦୫ ନାଁ ଅନୁସାରେ ପ୍ରଥମେ କଂଗ୍ରେସ କ୍ଷମତାସୀନ ୟୁପିଏ ସରକାର ଏହାକୁ ଲଞ୍ଚ କରିଥିଲେ। ଏହା ନରେଗା ନାଁରେ ପ୍ରଥମ ପରିଚିତ ଥିଲେ।କେବଳ ନାଁ ବଦଳାଇ ନାହାନ୍ତି, ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ ଦିବସକୁ ମଧ୍ୟ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ଯୋଜନା ଅଧୀନରେ ଗ୍ରାମାଞ୍ଚଳର ଲୋକଙ୍କୁ ନିଶ୍ଚିତ ୧୨୫ ଦିନର କାର୍ଯ୍ୟ ଦିବସ ମିଳୁଥିଲା। ଏବେ ଏହାକୁ ୨୪୦ ଦିନକୁ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି।

0/Post a Comment/Comments