ବୁଲିଲା ବୁଲ ଡୋଜର;କୋଦଳା ଅଗ୍ନିଶମ ବାହିନୀ କାର୍ଯ୍ଯାଳୟ ପରିସରରେ ଜବରଦଖଲ ଉଚ୍ଛେଦ

କୋଦଳା: କୋଦଳା ଅଗ୍ନିଶମ ବାହିନୀ କାର୍ଯ୍ଯାଳୟ ପରିସରରେ ଜବରଦଖଲ ଉଚ୍ଛେଦ କରାଯାଇଛି। ଛତ୍ରପୁର ଆସିଷ୍ଟାଣ୍ଟ ଫାୟାର ଅଫିସର, ଅଗ୍ନିଶମ ବାହିନୀ କର୍ମଚାରୀ, କୋଦଳା ପୋଲିସ ଫୋର୍ସ ଓ ତହସିଲଦାରଙ୍କ ଉପସ୍ଥିତିରେ ଆଜି ଜବରଦଖଲ ଉଚ୍ଛେଦ କରାଯାଇଛି। ଦୀର୍ଘ ବର୍ଷ ଧରି ଏଠାରେ କିଛି ପରିବାର ବେଆଇନ ଭାବେ ଘର କରିଥିଲେ। ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ପାର୍ଶ୍ଵରେ ଥିବା କିଛି ଘର ବେଆଇନ ଭାବେ ନିର୍ମାଣ ହୋଇଥିବା ବେଳେ ଆଜି ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ଉଛେଦ କରାଯାଇଛି। ତେବେ ବିନା ନୋଟିସରେ ଉଛେଦ କରାଯାଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ। ଘରର ଆସବାବପତ୍ର ଥିବା ବେଳେ ଘର ଗୁଡିକୁ ଜେସିବି ଲଗାଇ ଗୁଣ୍ଡ କରାଯାଇଛି। ଅଗ୍ନିଶମ ବିଭାଗ କାର୍ଯ୍ୟାଳୟର ପାଚେରୀ ନିର୍ମାଣ ହେବାକୁ ନେଇ ଜବରଦଖଲ ଉଚ୍ଛେଦ କରାଯାଇଛି। ତେବେ କେବଳ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନୂହେଁ, କୋଦଳାର ବହୁ ସ୍ଥାନରେ ସରକାରୀ ଜମି ଜବରଦଖଲ ହୋଇଛି। ଜବରଦଖଲ ଉଚ୍ଛେଦ କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।


0/Post a Comment/Comments