ଦେଶର ସୀମା ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଲଦାଖ ଗସ୍ତ ସମୟରେ ସେ ଭାରତୀୟ ସେନାକୁ ଏକ ବଡ଼ ଭେଟି ପ୍ରଦାନ କରି ବହୁ ପ୍ରତୀକ୍ଷିତ ‘ଶ୍ୟୋକ୍ ଟନେଲ୍’ର ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ସୀମା ସଡ଼କ ସଂଗଠନ ଦ୍ୱାରା ନିର୍ମିତ ମୋଟ ୧୨୫ଟି ରଣନୈତିକ ଭିତ୍ତିଭୂମି ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।
ରାଜନାଥ ସିଂହ ଉଦଘାଟନ କରିଥିବା ଏହି ଶ୍ୟୋକ୍ ଟନେଲର ଲମ୍ବ ୯୮୨ ମିଟର । ଏହା ଦରବୁକ୍-ଶ୍ୟୋକ୍-ଦୌଲତ୍ ବେଗ୍ ଓଲ୍ଡି ରୋଡ୍ରେ ଅବସ୍ଥିତ । ଏହି ଟନେଲର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ରଣନୈତିକ ଗୋପନୀୟତା । ଏହି ଟନେଲକୁ ଉପଗ୍ରହ ବା ସାଟେଲାଇଟ୍ ଦ୍ବାରା ମଧ୍ୟ ଠାବ କରାଯାଇପାରିବ ନାହିଁ, ଯାହା ଶତ୍ରୁପକ୍ଷର ନଜରରୁ ସେନାର ଗତିବିଧିକୁ ଲୁଚାଇ ରଖିବାରେ ସହାୟକ ହେବ । କେବଳ ସୁରକ୍ଷା ବାହିନୀ ନୁହେଁ, ସାଧାରଣ ଲୋକଙ୍କ ଯାତାୟାତ ପାଇଁ ମଧ୍ୟ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ।

Post a Comment