ଏହି କେନ୍ଦ୍ର ୨୪ ଘଣ୍ଟିଆ ଖୋଲା ରହିବ ମହିଳାମାନଙ୍କ ସେବାରେ। ଜିଲା ପ୍ରଶାସନ ଏବଂ ସ୍ବେଚ୍ଛାସେବୀ ସଂଗଠନ ଆଇଏସଆରଡିଏ ମିଳିତ ସହଯୋଗରେ ଏହି କେନ୍ଦ୍ର ପରିଚାଳିତ ହେବ। ଘରୋଇ ହିଂସା, ଆର୍ଥିକ ହିଂସା, ଯୌନ ନିର୍ଯାତନା ସମେତ ଯେ କୌଣସି ନିର୍ଯାତନାର ମହିଳାମାନେ ଶିକାର ହୁଅନ୍ତି , ତେବେ ଏହି ସହାୟତା କେନ୍ଦ୍ରର ଆଶ୍ରୟ ନେଇ ନ୍ୟାୟ ପାଇପାରିବେ ବୋଲି ବକ୍ତାମାନେ କହିଥିଲେ।
ଏହି ଅବସରରେ ଜିଲାପାଳ ଭି କୀର୍ତ୍ତି ବାସନ, ଉପଜିଲାପାଳ ଉମାଶଙ୍କର ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ,ମେଡିକାଲ ଅଧିକ୍ଷକ ଡାକ୍ତର ସିତାନ୍ସୁ ଶେଖର ଶତପଥୀ, ଜିଲା ସମାଜ ମଙ୍ଗଳ ଅଧିକାରୀଣୀ ବିଜୟଲକ୍ଷ୍ମୀ ବେହେରା, ଜିଲା ସୁରକ୍ଷା ଅଧିକାରୀଣୀ ଡି ନାଗୁରତ୍ନମ, ଭଞ୍ଜନଗର ସିଡିପିଓ ମିଲିମା କୁମାରୀ ପଣ୍ଡା, ଦୀପକ କୁମାର ମିଶ୍ର , ମେଡ଼ିକାଲ ପରିଚାଳକ ପାଣିଗ୍ରାହୀ, ଏମପି ପ୍ରତିନିଧି ସନ୍ତୋଷ ତିଆଡି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏନଜିଓ ନିର୍ଦ୍ଦେଶକ ସୁଧିର ସାବତ ସ୍ବାଗତ ଭାଷଣରେ ୱାନ ଷ୍ଟପ ସେଣ୍ଟରର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ମହିଳା ସୁରକ୍ଷା ଦିଗରେ ଏହାର ଭୂମିକା ବିଷୟରେ କହିଥିଲେ। ଅନ୍ୟାନ୍ୟ ଅତିଥିମାନେ ତାଙ୍କର ଭାଷଣରେ କହିଥିଲେ ଯେ, ଭଞ୍ଜନଗର ସବଡିଭିଜନ ଅଞ୍ଚଳରେ ଏହି ୱାନ ଷ୍ଟପ ସେଣ୍ଟର ଆଗାମୀ ଦିନରେ ମହିଳା ଓ କନ୍ୟା ଶିଶୁମାନଙ୍କ ପାଇଁ ଏକ ଭରସାଯୋଗ୍ୟ ସହାୟତା କେନ୍ଦ୍ର ଭାବେ କାମ କରିବ। ସମସ୍ତ ମହିଳା ଓ କନ୍ୟାଶିଶୁ ଯେଉଁମାନେ ଶାରୀରିକ, ମାନସିକ, ଯୌନ କିମ୍ବା ଘରୋଇ ହିଂସାରେ ପୀଡ଼ିତ, ସେମାନେ ନିର୍ଭୟରେ ଏହି ସେବା ଗ୍ରହଣ କରିପାରିବେ। ସମାଜରେ ହିଂସାକୁ ମୂଳରୁ ଶେଷ କରିବା ପାଇଁ ସରକାରୀ ବିଭାଗ, ସ୍ବେଚ୍ଛାସେବୀ ସଂସ୍ଥା ଓ ସାଧାରଣ ଜନସାଧାରଣଙ୍କ ସାମୂହିକ ପ୍ରୟାସ ଅତ୍ୟାବଶ୍ୟକ। ଏହି ୱାନ ଷ୍ଟପ ସେଣ୍ଟର ମାଧ୍ୟମରେ ମହିଳାମାନେ ଆତ୍ମବିଶ୍ୱାସୀ ହୋଇ ନିଜ ଅଧିକାର ପାଇଁ ଆଗେଇ ଆସିବେ ବୋଲି ଅତିଥିମାନେ ଆଶା ବ୍ୟକ୍ତ କରିଥିଲେ।

Post a Comment