କୋଦଳା: ଗଞ୍ଜାମ ଜିଲ୍ଲା କୋଦଳା ଏନଏସି କାର୍ଯ୍ଯାଳୟ ପରିସରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଗତକାଲି ଅଭିଯୁକ୍ତ ଡାକ ସ୍ବାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ୪ ଅଭିଯୁକ୍ତଙ୍କ ମଧ୍ୟରୁ ଅନ୍ଯ ଜଣେ ଅଭିଯୁକ୍ତ ବିକାଶ ସ୍ବାଇଁ ଏବେ ବି ଫେରାର ରହିଥିବା ଜଣାପଡିଛି। ପୋଲିସ ତାକୁ ଧରିବାକୁ ଜାଲ ବିଛାଇଛି। ଖୁବଶୀଘ୍ର ଧରା ପଡିବ ବୋଲି କହିଛି ପୋଲିସ। ସେପଟେ ମୁଖ୍ୟ ଷଡଯନ୍ତ୍ରକାରୀ ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଓ କାର୍ଯ୍ଯ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ କଂ ନାମରେ ବି ମାମଲା ରୁଜୁ ହୋଇଥିବା ବେଳେ ସେମାନଙ୍କୁ ତଦନ୍ତ କରୁନି ପୋଲିସ। ଏମାନଙ୍କୁ ପୋଲିସ ପଚରାଉଚରା କରିଛି କି ନାହିଁ ତାହା ବି ଜଣାପଡିନି। ଅନ୍ଯପଟେ ଏହି ୨ ଅଭିଯୁକ୍ତ ଖୁଲମଖୁଲା ବୁଲୁଛନ୍ତି ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଦେଖିବାକୁ ମିଳିଛି। ଅଧ୍ଯକ୍ଷ ଶାସକ ଦଳର ହୋଇଥିବାରୁ ଖସାଇ ଦେବାକୁ ମସୁଧା ଚାଲିଥିବା ନେଇ କୋଦଳା ସହରରେ ଆଲୋଚନାର ବିଷୟ ହୋଇଛି।ଘଟଣା ସମୟର ସିସିଟିଭି ଫୁଟେଜ୍ ଗାଏବ୍ ହୋଇଯାଇଛି। କିଭଳି ଗାଏବ୍ ହେଲା, କିଏ ଏଭଳି କାର୍ଯ୍ଯରେ ସଂପୃକ୍ତି ଅଛି ସେ ନେଇ ପୋଲିସ ତଦନ୍ତ କରୁଛି କି ନାହିଁ ତାହା ସବୁଠାରୁ ବଡ଼ ପ୍ରଶ୍ନ। କାରଣ ସିସିଟିଭିରୁ ଘଟଣାର ସତ୍ଯତା ପଦାକୁ ଆସିବା କଥା। ଏଣୁ ସିସିଟିଭି ଫୁଟେଜ ଗାଏବ୍ କରାଯାଇଥିବାରୁ ଷଡଯନ୍ତ୍ର ନିଶ୍ଚିତ ଭାବେ ହୋଇଛି ବୋଲି ଆଲୋଚନା ହେଉଛି। ନଚେତ ଅଧ୍ୟକ୍ଷ ଓ କାର୍ଯ୍ୟ ନିର୍ବାହି ଅଧିକାରୀ ଙ୍କ ମୋବାଇଲ ଯାଞ୍ଚ କଲେ ସବୁ ତଥ୍ୟ ମଧ୍ୟ ପଦାକୁ ଆସିବ କାହିଁକି ଏଇ ମାନଙ୍କ ମୋବାଇଲ ଯାଞ୍ଚ କରାଯାଉ ନାହିଁ ଏହା ଏବେ ପ୍ରଶ୍ନ କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ନିର୍ଦ୍ଦେଶରେ ହିଁ ଏଭଳି ହୀନ କାର୍ଯ୍ଯ ହୋଇଥିବା ଅଭିଯୋଗ କରିଛନ୍ତି ଆହତ ସାମ୍ବାଦିକ ଭଗବାନ ପାଢୀ। ପୋଲିସ ଉଭୟ ଅଧ୍ଯକ୍ଷ ଓ କାର୍ଯ୍ଯ ନିର୍ବାହୀ ଅଧିକାରୀଙ୍କୁ ତଦନ୍ତ ପରିସରକୁ ନେଇ ସତ୍ଯାସତ୍ଯ ସଂଗ୍ରହ କରିବା ପାଇଁ ଦାବି କରିଛନ୍ତି ଶ୍ରୀ ପାଢ଼ୀ। ଏମାନଙ୍କୁ ଖସାଇ ଦିଆଗଲେ ଓଡିଶା ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି କହିଛନ୍ତି ସାମ୍ବାଦିକ ଭଗବାନ ପାଢୀ

Post a Comment