ଆଜି ପବିତ୍ର ଧନୁ ସଂକ୍ରାନ୍ତି

                                   

ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଏ ଅବସରରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କର ପହିଲି ଭୋଗ। ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପୂର୍ବ ଦିନ ପର୍ଯ୍ୟନ୍ତ ମା ମହାଲକ୍ଷ୍ମୀ ଦୀର୍ଘ ଏକମାସ ନିଜ ପିତ୍ରାଳୟକୁ ଯାଇଥାନ୍ତି । ତେଣୁ ଶ୍ରୀମନ୍ଦିରରେ ମା ମହାଲକ୍ଷ୍ମୀଙ୍କ ଅନୁପସ୍ଥିତିରେ ମା ଯଶୋଦା ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ବିବିଧ ସ୍ଵାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି । ବାତ୍ସଲ୍ୟ ଓ ମମତା ର ପ୍ରତୀକ ପହିଲି ଭୋଗ ରେ ବିରି ଓ ଗହମଚୁନା ରେ ଘୃତପାକ ନୈବେଦ୍ୟ ଅର୍ପିତ ହୁଏ I ପହିଲି ଭୋଗ ରେ ବଡ ଝିଲି, ବଡ ବଡା, ଅମାଲୁ, କାକରା, ଆରିସା, ନଳୀ, ଏଣ୍ଡୁରି, ମୁଗେଇ, ଝଡ଼େଇନେଦା, ଖଇରଚୂଳ, ଗଇଣ୍ଠା, ମଣ୍ଡା, ଆଦି ୨୩ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ ।

0/Post a Comment/Comments