ଭୁବନେଶ୍ଵର: ଦଳରେ ବିଶୃଙ୍ଖଳା ସର୍ବୋପରି I ଯିଏ ଯେତେ ଶକ୍ତିଶାଳୀ ହୁଅନ୍ତୁ ପଛେ, ବିଜେଡିରେ ବିଶୃଙ୍ଖଳିତ ନେତା ଓ କର୍ମୀଙ୍କର ସ୍ଥାନ ନାହିଁ । ଦଳୀୟ ଅନୁଶାସନ ଭଙ୍ଗ ଓ ଦଳ ବିରୋଧୀ କାର୍ଯ୍ୟକୁ କେବେ ବି ପ୍ରଶ୍ରୟ ଦିଆଯିବ ନାହିଁ। ବିଜେଡି ସୁପ୍ରିମୋ ବିଭିନ୍ନ ସମୟରେ ଦଳର ନେତା ଓ କର୍ମୀମାନଙ୍କୁ ଏ ସମ୍ପର୍କରେ ସଙ୍କେତ ଦେଇଛନ୍ତି । ସରକାର ଥିବା ସମୟରେ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ବହୁ ଟାଣୁଆ ନେତାଙ୍କୁ ନବୀନ ଦଳରୁ ନିଲମ୍ବିତ ଓ ବହିଷ୍କାର କରିଛନ୍ତି। ସେହିକ୍ରମରେ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଆଜି ନବୀନ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ଏନେଇ ଗୁରବାର ଦଳ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଦଳ ପକ୍ଷରୁ ଉଭୟ ବିଧାୟକଙ୍କ ନିଲମ୍ବନ ସମ୍ପର୍କରେ ବିଧାନସଭାର ବାଚସ୍ପତିଙ୍କୁ ସନାତନ ମହାକୁଡ଼ ସର୍ବସାଧାରଣରେ ବିଜେଡି ସରକାରଙ୍କୁ ସମାଲୋଚନା କରି ଆସୁଥିଲେ ।
ଏପରିକି ଚମ୍ପୁଆ ତଥା କେନ୍ଦୁଝର ଜିଲ୍ଲାରେ ସେ ଦଳର ସଂଗଠନକୁ ଦୁର୍ବଳ କରୁଥିବା ନେଇ ନବୀନଙ୍କ ପାଖରେ ଖବର ପହଞ୍ଚିଥିଲା I ସେହିପରି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ମଧ୍ଯ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥୂବା ନେଇ ନବୀନ ଜାଣିବାକୁ ପାଇଥିଲେ | କିଛିମାସ ଧରି ନିର ବରେ ନବୀନ ଉଭୟଙ୍କ ଆଚରଣକୁ ନିରୀକ୍ଷଣ କରିବା ସହ ତ୍ରୁଟି ସୁଧାରିବାକୁ ମଧ୍ୟ ସୁଯୋଗ ଦେଇଥିଲେ I ମାତ୍ର ତ୍ରୁଟି ସୁଧାରିବା ପରିବର୍ଭେ ଉଭୟ ପୂର୍ବପରି ଦଳ ବିରୋଧ ରୋଧୀ କାର୍ଯ୍ୟରେ ଜଡ଼ିତ ଜଣା ପଡ଼ିବା ପରେ ଉଭୟ ୟଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି। ର ଯେତେବେଡ଼ ନେତା ଯେଉଁ ପଦବୀରେ ଥାଆନ୍ତୁ ପଛେ, ଦଳର ଶୃଙ୍ଖଳା ସର୍ବୋପରି |

Post a Comment