ଉଦଘାଟନ ହେଲା ଗୋପାଳପୁର ବେଳାଭୂମି ମହୋତ୍ସବ-୨୦୨୬

ବ୍ରହ୍ମପୁର:ବିଭିନ୍ନ ମାନ୍ୟଗଣ୍ୟ ଵ୍ୟକ୍ତି ବିଶେଷ ଙ୍କ ସହ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଓଡିଶା ର ରାଜ୍ୟପାଳ ହରିବାବୁ କୁମ୍ଭବପତି। ସାଂସ୍କୃତିକ ସନ୍ଧ୍ୟା ରେ ଭିଡ଼ ଜମିଥିବା ବେଳେ , ପଲ୍ଲଶ୍ରୀ ମେଳା, ମୀନା ବଜାର ଓ କଳାକାର ମାନଙ୍କ ଦ୍ୱାରା ପର୍ଯ୍ୟବେଶୀତ କଳା, ଲୋକ ନୃତ୍ୟକୁ ଉପଭୋଗ କରିଥିଲେ ଦର୍ଶକ ଏବଂ ସଙ୍ଗୀତ ର ତାଳେ ତାଳେ ଝୁମିଥିଲେ। ଏଥି ସହ ପ୍ରଥମ ଥର ପାଇଁ ସମୁଦ୍ର ଆଳତୀ ର ବନ୍ଦୋବସ୍ତ କରାଯାଇଥିବା ଦେଖିବାକୁ ମଧ୍ୟ ମିଳିଛି। ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ ଉଦ୍ଘାଟନୀ ସନ୍ଧ୍ୟାରେ ପୂର୍ତ୍ତ ଓ ଆଇନ ବିଭାଗ ର ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା,ପ୍ରାଣୀ ଓ ମତ୍ସ ସମ୍ପଦ ବିକାଶ, ଲଘୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଖଲ୍ଲିକୋଟର ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, କବିସୂର୍ଯ୍ୟନଗରର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ , ସୋରଡ଼ା ବିଧାୟକ ଶ୍ରୀ ନିଳମଣୀ ବିଶୋୟୀ  ତଥା ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ।

0/Post a Comment/Comments