ନିପା ଭାଇରସକୁ ନେଇ ଓଡ଼ିଶା ବର୍ତ୍ତମାନ ଭୟ କରିବା ଦରକାର ନାହିଁ: ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

                                 

ଭୁବନେଶ୍ୱର: ନିପା ଭାଇରସକୁ ନେଇ ପଶ୍ଚିମବଙ୍ଗରେ ଆତଙ୍କ । ପଶ୍ଚିମବଙ୍ଗରେ ନିପା ଭାଇରସରେ ଦୁଇ ଜଣ ହସ୍ପିଟାଲ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ ହୋଇଥିବା ଖବର ମିଳିଛି । ତେବେ ବର୍ତ୍ତମାନ ଓଡ଼ିଶାକୁ ନାହିଁ ନିପା ଭୟ। ଏନେଇ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ନିର୍ଦ୍ଦେଶ ନଦେବା ଯାଏଁ ଓଡ଼ିଶାରେ କୌଣସି ଅସୁବିଧା ନାହିଁ। ଯାହା ୨୦୨୩ରେ ମାର୍ଗଦର୍ଶିକା ଆସିଥିଲା, ତାହା ପାଳନ କରାଯାଉ । କେନ୍ଦ୍ର ନିର୍ଦ୍ଦେଶ ନ ଦେବା ଯାଏଁ ଓଡ଼ିଶାରେ କୌଣସି ଅସୁବିଧା ହେବାର ନାହିଁ । ଓଡ଼ିଶାରେ ନିପା ଭାଇରସ ରୋଗୀ ଚି଼ହ୍ନଟ ହୋଇନି । ଭାରତ ସରକାରଙ୍କ ଟିମ ପଶ୍ଚିମବଙ୍ଗ ଯାଇ କାମ କରୁଛନ୍ତି । ଓଡ଼ିଶା ସରକାର ଵି କେନ୍ଦ୍ର ସହ ଯୋଗାଯୋଗରେ ଅଛନ୍ତି । ପଶ୍ଚିମ ବଙ୍ଗରେ ମାତ୍ର ଦୁଇଟି ମାମଲା ଆସିଛି, ହେଲେ ବ୍ୟାପିନି । ଯେଉଁଥି ପାଇଁ ଓଡ଼ିଶା ଭୟ କରିବା ଦରକାର ନାହିଁ ।

0/Post a Comment/Comments