ବଲିଉଡର ଜଣାଶୁଣା ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଚେକ୍ ବାଉନ୍ସ ମାମଲାରେ ପ୍ରାୟ ୧୦ ଦିନ ତିହାର ଜେଲରେ ରହିବା ପରେ ସେ ମଙ୍ଗଳବାର ଦିନ ଜେଲରୁ ବାହାରକୁ ଆସିଛନ୍ତି। ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଆସନ୍ତା ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଭିଯୋଗକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧.୫ କୋଟି ଟଙ୍କା ଜମା କରିବା ପରେ ତାଙ୍କୁ ଏହି ଜାମିନ ମିଳିଛି।
କୋର୍ଟଙ୍କ ନିର୍ଦ୍ଦେଶ ଓ ସର୍ତ୍ତ
ରାଜପାଲ ଯାଦବଙ୍କୁ ଜାମିନ ମିଳିଥିଲେ ମଧ୍ୟ କୋର୍ଟ କିଛି କଡ଼ା ସର୍ତ୍ତ ରଖିଛନ୍ତି। ତାଙ୍କୁ ନିଜର ପାସପୋର୍ଟ କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ କୋର୍ଟଙ୍କ ବିନା ଅନୁମତିରେ ସେ ଦେଶ ବାହାରକୁ ଯାଇପାରିବେ ନାହିଁ। ମାର୍ଚ୍ଚ ୧୮ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଜେଲରୁ ବାହାରିବା ପରେ ରାଜପାଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ ବିଗତ ୩୦ ବର୍ଷ ଧରି ବଲିଉଡରେ କାମ କରୁଛନ୍ତି ଏବଂ ଦେଶର କୋଟି କୋଟି ଲୋକଙ୍କ ସମର୍ଥନ ତାଙ୍କ ସହ ରହିଛି। ନିଜ ପକ୍ଷ ରଖିବା ପାଇଁ ସୁଯୋଗ ଦେଇଥିବାରୁ ସେ ହାଇକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି

Post a Comment