ନୂଆଦିଲ୍ଲୀ : ଲେଫ୍ଟନାଣ୍ଟ ଜେନେରାଲ ଏନଏସ ରାଜା ସୁବ୍ରମଣି ଦେଶର ନୂତନ ସିଡିଏସ ହେବେ। ସେ ତିନୋଟି ସଶସ୍ତ୍ର ବାହିନୀର କମାଣ୍ଡ ହେବେ। କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଏନ.ଏସ. ରାଜା ସୁବ୍ରମଣି (ଅବସରପ୍ରାପ୍ତ)ଙ୍କୁ ଦେଶର ପରବର୍ତ୍ତୀ ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍) ଭାବରେ ନିଯୁକ୍ତ କରିଛନ୍ତି। ସେ ବର୍ତ୍ତମାନର ସିଡିଏସ୍ ଜେନେରାଲ ଅନିଲ ଚୌହାନଙ୍କ ସ୍ଥାନ ନେବେ, ଯାହାଙ୍କ କାର୍ଯ୍ୟକାଳ ଆସନ୍ତା ୩୦ରେ ଶେଷ ହେଉଛି। କାର୍ଯ୍ୟଭାର ଗ୍ରହଣ କରିବା ପରେ, ଲେଫ୍ଟନାଣ୍ଟ ଜେନେରାଲ ସୁବ୍ରମଣି ସାମରିକ ବ୍ୟାପାର ବିଭାଗର ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିବେ।

Post a Comment