ଆଜି ସ୍ଥାନୀୟ ବିଧାୟକ ଚନ୍ଦ୍ର ଶେଖର ମଣ୍ଡଳ ଓ ମନ୍ଦିର ଟ୍ରଷ୍ଟ ବୋର୍ଡର ମୁଖ୍ୟ ରାଧାମୋହନ ଦାସଙ୍କ ଉପସ୍ଥିତିରେ ଦୀଘା ଜଗନ୍ନାଥ ମନ୍ଦିର ଫାଟକରେ ଲେଖାଯାଇଥିବା ‘ଧାମ’ ଶବ୍ଦ ହଟାଯାଇଥିଲା। ସେଠାରେ ଲାଗିଥିବା ‘ଜଗନ୍ନାଥ ଧାମ’ ଫଳକକୁ ଖୋଲି ‘ଜଗନ୍ନାଥ ମନ୍ଦିର’ର ଫଳକ ଲଗାଯାଇଛି। ସେହିପରି ମନ୍ଦିର ବାହାରେ ଯେଉଁଠି ବଡ଼ ବଡ଼ ଅକ୍ଷରରେ ଜଗନ୍ନାଥ ଧାମ ବୋଲି ଲେଖାଯାଇଥିଲା, ସେଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ରରର ଏକ ବ୍ୟାନର ଲଗାଯାଇଛି।
ଦୀଘାରେ ନବନିର୍ମିତ ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ଲେଖାଯିବାକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦର ଅନ୍ତ ଘଟିଛି । କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ସଂସ୍କୃତି ଓ ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ ସମ୍ମାନ ଜଣାଇ ଏହି ବିବାଦୀୟ ନାମକୁ ହଟାଇବା ପାଇଁ ବଡ଼ ନିଷ୍ପତ୍ତି ନିଆ ଯାଇଛି । ଶ୍ରୀଜଗନ୍ନାଥଙ୍କ ଚାରିଧାମ ମଧ୍ୟରୁ ଓଡ଼ିଶାର ପୁରୀ ଅନ୍ୟତମ ଏବଂ ପୁରୀର ସ୍ୱତନ୍ତ୍ରତାକୁ ବଜାୟ ରଖିବା ପାଇଁ ଅନେକ ଜଗନ୍ନାଥ ପ୍ରେମୀ ଓ ସେବାୟତ ଏହାକୁ ନେଇ ଆପତ୍ତି ଉଠାଇଥିଲେ ।
Post a Comment