ଗ୍ରୀଷ୍ମ ଜନିତ ରୋଗର ବିଭିନ୍ନ ପର୍ଯ୍ୟାୟ
NDMA ପକ୍ଷରୁ ଗ୍ରୀଷ୍ମ ଜନିତ ରୋଗର ଲକ୍ଷଣଗୁଡ଼ିକୁ ମୁଖ୍ୟତଃ ତିନୋଟି ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ପ୍ରାରମ୍ଭିକ ଲକ୍ଷଣ, ଚେତାବନୀ ଲକ୍ଷଣ ଏବଂ ଜରୁରୀକାଳୀନ ଲକ୍ଷଣ। ପିଲାଙ୍କ ଶରୀରରେ ଏହିସବୁ ଲକ୍ଷଣ ପ୍ରତି ଧ୍ୟାନ ଦେଲେ ବଡ଼ ବିପଦରୁ ବର୍ତ୍ତି ହେବ।
ପ୍ରାରମ୍ଭିକ ଓ ଚେତାବନୀ ଲକ୍ଷଣ
ପ୍ରାଥମିକ ପର୍ଯ୍ୟାୟରେ ପିଲାମାନଙ୍କୁ ଅତ୍ୟଧିକ ଶୋଷ ଲାଗିବା, କ୍ଳାନ୍ତ ଅନୁଭବ କରିବା ଏବଂ ଅଧିକ ଝାଳ ବୋହିବା ଭଳି ଲକ୍ଷଣ ଦେଖାଦିଏ। ଏହାଛଡ଼ା ମୁଣ୍ଡବିନ୍ଧା, ବିରକ୍ତିଭାବ, ମାଂସପେଶୀରେ ଯନ୍ତ୍ରଣା କିମ୍ବା ବାନ୍ତି ଲାଗିବା ଆଦି ଚେତାବନୀ ଲକ୍ଷଣ ଭାବରେ ବିବେଚନା କରାଯାଏ। ଏହି ସମୟରେ ତୁରନ୍ତ ସତର୍କ ହେବା ଜରୁରୀ ଅଟେ।
ଜରୁରୀକାଳୀନ ଲକ୍ଷଣ ଏବଂ ପଦକ୍ଷେପ
ଯଦି ପିଲାର ଶରୀରର ତାପମାତ୍ରା ଅତ୍ୟଧିକ ବୃଦ୍ଧି ପାଏ, ଝାଳ ବୋହିବା ବନ୍ଦ ହୋଇଯାଏ, ଚେତା ହରାଇବା ଭଳି ସ୍ଥିତି ଉପୁଜେ କିମ୍ବା ଶ୍ୱାସକ୍ରିୟାରେ ଅସୁବିଧା ହୁଏ, ତେବେ ଏହା ଏକ ଜରୁରୀକାଳୀନ ପରିସ୍ଥିତି। ଏଭଳି ସ୍ଥିତିରେ ବିଳମ୍ବ ନକରି ତୁରନ୍ତ ଡାକ୍ତରୀ ସହାୟତା ନେବା ଆବଶ୍ୟକ।
ଗ୍ରୀଷ୍ମରୁ ବର୍ତ୍ତିବା ପାଇଁ ସୁରକ୍ଷା ଉପାୟ
ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇବା ପାଇଁ ପିଲାମାନଙ୍କୁ ବାରମ୍ବାର ପାଣି ପିଆଇବା ନିହାତି ଜରୁରୀ ବୋଲି NDMA ପରାମର୍ଶ ଦେଇଛି। ଏହାବ୍ୟତୀତ ପିଲାଙ୍କୁ ହାଲୁକା ଏବଂ ସୂତା ପୋଷାକ ପିନ୍ଧାଇବା, ଖରା ସମୟରେ ବାହାରକୁ ନଛାଡ଼ିବା ଏବଂ ତାଜା ଫଳରସ ବା ଲେମ୍ବୁ ପାଣି ଦେବା ଦ୍ୱାରା ସେମାନଙ୍କୁ ସୁସ୍ଥ ରଖାଯାଇପାରିବ

Post a Comment